ଆଶାୟୀଙ୍କ ତାଲିକାରେ ଯୋଡି ହୋଇଛି ଆଉ ଏକ ନାଁ । ପୂର୍ବତନ ବିଜେଡି ଭଦ୍ରକ ଜିଲ୍ଲା ମହିଳା ସଭାନେତ୍ରୀ ଦେବକୀ ଦାସ ଟିକେଟ ଲବିରେ ପାଦ ରଖିଛନ୍ତି । ପୂର୍ବରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତି ମଣ୍ଡଳ, ବ୍ଲକ ଚେୟାର ମ୍ୟାନ ସରୋଜ ଦାସ ଓ ବିଧାୟକ ବ୍ୟୋମୋକେଶ ରାୟଙ୍କ ବନ୍ଧୁ ଡା ସଂଜୟ ଦାସଙ୍କ ନାଁ ବି ଚର୍ଚ୍ଚାରେ ଅଛି ।
ସେପଟେ କଂଗ୍ରେସରେ 5 ଜଣ ଆଶାୟୀ ଟିକେଟ ପାଇଁ ଲବିରେ ଅଛନ୍ତି । ବିଦ୍ୟାଧର ଜେନା, ଅନନ୍ତ ସେଠୀ, ମଧୁମିତା ସେଠୀ, ମୁରଲୀଧର ସେଠୀ, ହୃଦାନନ୍ଦ ସେଠୀଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କିଏ ପ୍ରାର୍ଥୀ ହେବେ ପିସିସି ସଭାପତି ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ।
ତେବେ କାଲି ଧାମନଗର ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ ଜିଲ୍ଲାସ୍ତରୀୟ ଅଧିକାରୀ । ଭିଡିଓ କନଫରେନ୍ସିଂରେ ବୈଠକ ହୋଇଥିବା ବେଳେ ଏଥିରେ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ରାଜନୀତି ଖବର ଆହୁରି ପଢନ୍ତୁ ।