ବାପା ତ୍ରିନାଥ ସିଂ ଙ୍କ ଦେହାନ୍ତ ପରେ ବୟସର ଅପରାହ୍ନରେ ପହଞ୍ଚି ଥିବା ନିଜ ମା ଙ୍କ ଉପରେ ସମ୍ପୃଣ ନିର୍ଭରଶୀଳ କୁଶ । ଅବଶ୍ୟ କିଛି ବର୍ଷ ପୂର୍ବରୁ ଏକ ପାନ ଦୋକାନ ଖୋଲି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଉଦ୍ୟମ କରିଥିଲେ କୁଶ । ହେଲେ ବ୍ୟବସାୟରେ ଆର୍ଥିକ ସମସ୍ୟା ତାଙ୍କୁ ପୁଣି ଭାଙ୍ଗି ଦେଇଛି। ସାମାନ୍ୟ କିଛି ଭତା ହିଁ ଉଭୟ ମା ଓ ପୁଅ ଙ୍କ ପାଇଁ ଦୁଇ ବେଳା ଖାଇବାର ମାଧ୍ୟମ ପାଲଟିଛି । ସେଥିରେ ପୁଣି ଦିନେ ଖାଇଲେ ପରଦିନ କୁ ପେଟ ରେ ଓଦା କପଡା ପକାଇ ଭୋକ କୁ ଲୁଚାଇବା ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ । ଆଉ ଏଭଳି ସ୍ଥିତିରେ କୁଶ ର ଚିକିତ୍ସା ଏ ଗରିବ ପରିବାର ପାଇଁ ସ୍ୱପ୍ନ ।
ଦୟନୀୟ ସହ ଦୁର୍ବିସହ ଜୀବନ

ଅର୍ଗସ ବ୍ୟୁରୋ:ଅନୁଗୁଳ ଜିଲ୍ଲା ଵଅରପାଳ ବ୍ଲକ ଜରଡ଼ା ଗାଁର ପ୍ରାୟ ୪୮ ବର୍ଷ ବର୍ଷୀୟ କୁଶ । ନିଜ ମୁହଁର ବାମ ପାର୍ଶ୍ଵରେ ଦିନ କୁ ଦିନ ବଢି ଚାଲିଥିବା ମାଂସକୁ ନେଇ ଦହଗଞ୍ଜ ଏହି କୁଶ ବି ରକ୍ତ ମାଂସରେ ଗଢ଼ା ଜଣେ ନିରୀହ ମଣିଷ। ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିବାସ ଠାରେ ପହଞ୍ଚି ନିଜର ଅକୁହା କଥା କହି ସାହାଯ୍ୟ ବି ଲୋଡି ବାକୁ ଉଦ୍ୟମ ମଧ୍ୟ କରିଛନ୍ତି ହେଲେ ସେଠି ବି ନିରାଶ। ଆଶ୍ୱାସନା କି ସାନ୍ତ୍ୱନା ତ ଦୂର ର କଥା ତାକୁ ଦେଖି କାଳେ ସେଠାରେ ନିୟୋଜିତ ଥିବା ସୁରକ୍ଷା ଅଧିକାରୀ ତାଙ୍କୁ କଟୁ ଆଚରଣ କରିଥିବା ନେଇ କ୍ଷୋଭର ସହ କହିଛନ୍ତି।
Download Argus News App
