ଏକା ସମାଜ ଓ ଉପଯୁକ୍ତ ବର ପାତ୍ର ମିଳିଥିବାରୁ ସମାଜର କଥାରେ ରାଜି ନହୋଇ ରୁପଧର ନିଜର ଝିଅର ବାହାଘର କରାଇଥିଲେ l ସମାଜ ନାଁ ରେ କିଛି ମୁଷ୍ଠିମେୟ ଗୋଷ୍ଠୀ ସମାଜର ସର୍ବ କର୍ତ୍ତା ବୋଲି ଭାବି କରି ସେହିଦିନ ଠାରୁ ଫୁଲମାଳି ସମାଜରୁ ରୂପଧର ପଟେଲ ଓ ତାଙ୍କ ପରିବାର କୁ ସାମାଜିକ ବାଛନ୍ଦ କରାଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିଡୀତ ପରିବାର l ସମାଜର ବିବାହ, ଏକୋସିଆ, ଶୁଦ୍ଧିକ୍ରିୟା ପରି ସାମାଜିକ କାର୍ଯ୍ୟରୁ ବାସନ୍ଦ କରାଯାଇଛି l 1987 ମସିହା ରେ କରାଯାଇଥିବା ବାଛନ୍ଦ ଏବେ 2023 ମସିହା ରେ ବି ବଳବତ୍ତର ରହିଛି l ରୂପଧର ପଟେଲ ଙ୍କ ସହ ଏବେ ତାଙ୍କ ପୁଅ ବୋହୁ, ଝିଅ ଯୋଇଁ, ନାତିନାତୁଣୀ ଭୋଗୁଛନ୍ତି ଏହି ସାମଜିକ ବାଛନ୍ଦର ନିର୍ଯାତନା l ସାମାଜିକ ବାଛନ୍ଦ ସମ୍ପୂର୍ଣ ଭାବରେ ବେଆଇନ ହୋଇଥିବାବେଳେ ଏହା ପିଢ଼ିପରେ ପିଢ଼ି ରୁପଧରଙ୍କ ପରିବାର କୁ ନିର୍ଯାତିତ କରୁଛି l ଏହି ପରିବାର ଏବେ ନିର୍ଯାତନା ସହି ନପାରି ଆଇନର ଆଶ୍ରୟ ନେଇଛନ୍ତି l
ରୂପଧର ପଟେଲ ବାରମ୍ବାର ଜାତି ସମାଜରେ ନିଜର ପରିବାର କୁ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ ହେଁ ସମାଜର ଲୋକେ ଏହାକୁ ଶୁଣୁ ନାହାନ୍ତି l ଦୀର୍ଘ 36 ବର୍ଷ ହେଲାଣି ରୂପଧରଙ୍କ ପରିବାର ଲୋକେ ଏହି ନିର୍ଯାତନା ଭୋଗୁଛନ୍ତି l ତେବେ ଶେଷରେ ସାମଜିକ ବାଛନ୍ଦ ର ନିର୍ଯାତନା ସହି ନପାରି ରୂପଧର ଙ୍କ ପୁଅ ବିଭୁତି ଶଙ୍କର ପଟେଲ ଝାରସୁଗୁଡା ଜିଲ୍ଲାପାଳ, ହ୍ୟୁମେନ ରାଇଟ୍ସ କମିଶନର ଝାରସୁଗୁଡା ଏବଂ ଝାରସୁଗୁଡା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି l ଏହାପରେ ଝାରସୁଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫୁଳମାଳି ସମାଜ ଓ ରୂପଧର ପଟେଲ ଙ୍କ ପରିବାର ମଧ୍ୟରେ ଏକ ବୁଝାମଣା ବୈଠକ କରାଯାଇଛି l ଉଭୟପକ୍ଷକୁ ବୁଝାସୁଝା କରିଛନ୍ତି ଉପଜିଲ୍ଲାପାଳ l ଏବଂ ରୂପଧର ପଟେଲଙ୍କ ପରିବାରକୁ ଫୁଲମାଳି ସମାଜରେ ପୁଣି ଥରେ ସାମିଲ କରିବା ପାଇଁ ଫୁଲମାଳି ସମାଜର ଲୋକଙ୍କୁ ନିର୍ଦେଶ ଦେଇଛନ୍ତି l ଏହାପରେ ମଧ୍ୟ ଯଦି ଫୁଲମାଳି ସମାଜର ଲୋକେ ରୂପଧର ପଟେଲଙ୍କ ପରିବାର କୁ ନିଜ ସମାଜରେ ସାମିଲ ନ କରନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଝାରସୁଗୁଡା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି l
ଅଧିକ ଦେଖନ୍ତୁ :