ନୂଆପଡ଼ା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ରେ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏପଟେ କିନ୍ତୁ ଠିକାଦାର ଏବଂ ଅଧିକାରୀ ମାନଙ୍କ ଖାମ୍ ଖିଆଲି ମନୋଭାବ ଯୋଗୁଁ ଠିକ୍ ସମୟରେ ସଂପୂର୍ଣ୍ଣ ହୋଇ ପାରୁନି ନିର୍ମାଣ କାମ । ଶ୍ୟାମ ଇନ୍ଫ୍ରା ନାମକ ଠିକାଦାର ସଂସ୍ଥା ଏହି କୁଦୋଭଟା ଅର୍ଜୁନ ନାଳା ର ବ୍ରିଜ ନିର୍ମାଣ କରୁଥିବା ବେଳେ ଅବଧି ସରିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ ଦେଖିବାକୁ ବାକି ରହିଲା କେବେ ସମ୍ପୂର୍ଣ୍ଣ ହେବ ଏହି ବିଜୁ ସେତୁ ଆଉ ଲୋକେ ଏହାର ସୁବିଧା ପାଇ ପାରିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: