ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ରାଜ୍ୟ ସରକାରଙ୍କ ସଫଳତା ଉପରେ କରିଥିବା ଟ୍ୱିଟକୁ ନେଇ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳଙ୍କ ଟାର୍ଗେଟ। ରାଜ୍ୟରେ ବିଜେଡି ସରକାରକୁ 23ବର୍ଷ ପୂରଣ ହୋଇଥିବା ବେଳେ ଗରିବ ଲୋକଙ୍କ ସରକାର କଣ କରିଛି ବୋଲି ଅନିଲ ବିଶ୍ବାଳ ପ୍ରଶ୍ନ କରିଛନ୍ତି। 2000 ମସିହାରେ ଓଡ଼ିଶାରେ କୃଷି ଭିତ୍ତିକ ଶିଳ୍ପ ଯଥା ଚିନି କଳ, ସୁତା କଳ, କାଗଜ କଳ ଆଦି ଥିଲା, ଆଜି ସେସବୁ ବନ୍ଦ ପଡିଛି। ଅମର ପଟ୍ଟନାୟକ ଓଡ଼ିଶାବାସୀଙ୍କ ପ୍ରତି ନବୀନ ସରକାର ଉତ୍ସର୍ଗୀକୃତ ବୋଲି ଟ୍ବିଟ୍ କରିଥିବା ବେଳେ ବିଜେପି ପକ୍ଷରୁ ଏହାର କଡା କାଉଣ୍ଟର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: