ବେଆଇନ ସରକାରୀ ଜମି ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରାଯାଇଥିବା ଦର୍ଶାଇ କୁଚିଣ୍ଡା ଏନଏସି ପକ୍ଷରୁ ସେମାନଙ୍କୁ ନୋଟିସ ହୋଇଛି । ୩ଦିନ ଭିତରେ ଦୋକାନ ଘରଗୁଡିକୁ ଉଠାଇ ନେବାକୁ କୁହାଯାଇଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏନେଇ ସେମାନେ କୁଚିଣ୍ଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଅଧିକ ଓଡ଼ିଶା ଖବର ପଢନ୍ତୁ

ଅର୍ଗସ ବ୍ୟୁରୋ : ଉଚ୍ଛେଦ ନୋଟିସ ପରେ ଅସନ୍ତୋଷ । ସମ୍ବଲପୁର କୁଚିଣ୍ଡା ଏନଏସି ପୁରାତନ ବସଷ୍ଟାଣ୍ଡରୁ କୁସୁମୀ ଯାଇଥିବା ରାସ୍ତା ପାର୍ଶ୍ବରେ ଥିବା ୮ରୁ୧୦ ପରିବାର ଦିର୍ଘ ବର୍ଷ ହେବ ଏହି ରାସ୍ତା ପାଶ୍ବରେ ଦୋକାନ ତିଆରି କରି ନିଜର ପରିବାର ପତିପ୍ରଷୋଣ କରିଥାନ୍ତି ।

ପୁରୀ: ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା ପାଇବେ ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର। ପୁରୀ ଜିଲ୍ଲାର କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ଚଳିତ ଥର ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭାରତୀୟ ନର୍ସିଂ କଉନ୍ସିଲର ଯୁଗ୍ମ ସଚିବ ଏ ସଂପର୍କରେ ଏକ ବାର୍ତ୍ତା ପ୍ରେରଣ କରି ଶ୍ରୀମତୀ ମଂଜୁଲତା ମହାରଣାଙ୍କୁ ଅବଗତ କରାଇବା ସହିତ ଶୁଭେଚ୍ଛା ଜଣାଇଛନ୍ତି।
କଣାସ ବ୍ଲକରେ ପ୍ରତିବର୍ଷ ବାତ୍ୟାରେ ପ୍ରଭାବିତ ହୋଇଥାଏ। ଯହା ଫଳରେ ଗାଁ ରୁ ଗାଁ କୁ ଯୋଗାଯୋଗ ବିଛିହ୍ନ ହୋଇପଡେ। ଆଉ ଏହି ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଦିନ ରାତି ସାହସପୁର ପଞ୍ଚାୟତ ବୁଲି ବୁଲି ରୋଗୀ ଓ ଗର୍ଭବତୀ ମହିଳା ଙ୍କୁ ସେବା ଯୋଗାଇ ଏବେ ଚର୍ଚାକୁ ଆସିଛନ୍ତି ମଞ୍ଜୁଲତା ମହାରଣା।
କେବଳ ଯେ ମଞ୍ଜୁଲତା ଗାଁ ଗାଁ ବୁଲି ରୋଗୀ ସବୋ କରି ଚର୍ଚ୍ଚାକୁ ଆସିଛନ୍ତି ତା ନୁହେଁ ସେ ଅନକେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି। ୨୦୦୮ ମସିହାରେ ମଞ୍ଜୁଲତା କଣାସ ରେ ANM ଭାବେ ନିଯୁକ୍ତି ପାଇବା ପରେ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରିଛନ୍ତି। ୨୦୧୩ ମସିହାରେ ମଞ୍ଜୁଲତା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ବିଭାଗରେ ନିଯୁକ୍ତି ପାଇଥିଲେ। ସଠାରୁ ଦେଖି ଦେଖି ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ଶିଖିଥିଲେ। ପରବର୍ତ୍ତି ସମୟରେ ସାହସପୁର ଉପସ୍ବାସ୍ଥ କେନ୍ଦ୍ରରେ ମଞ୍ଜୁଲତା ନିଯୁକ୍ତି ପାଇଥିଲେ...ଫନି ବାତ୍ୟା ସମୟରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ମହିଳା ଙ୍କୁ ନିଜ ଉପକେନ୍ଦ୍ରକୁ ଆଣି ପ୍ରସବ କରାଇବା କୁ ଚେଷ୍ଟା କରି ସଫଳ ହୋଇଥିଲେ..ସବେଠାରୁ ସେ ଏପରି କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟସବୋର ସ୍ବାସ୍ଥ୍ୟବସ୍ଥା ଭଲ ନଥିବା ବେଳେ କଣାସ ବ୍ଲକର ଗର୍ଭବତୀ ମହିଳାଙ୍କ ପାଇଁ ଭଗବାନ ସଦୃଶ୍ୟ ପାଲଟିଛନ୍ତି ମଞ୍ଜୁଲତା ମହାରଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
\

ଭୁବନେଶ୍ୱର: ଆଜି ଠାରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ 2023 । ଏଥିରେ ଅଂଶଗ୍ରହଣ କରୁଥିବା ୪ଟି ଦଳ ମଧ୍ୟରୁ ଲେବାନନ, ମଙ୍ଗୋଲିଆ, ଭାନୁଆଟୁ ଏବଂ ଆୟୋଜକ ଭାରତ ପହଞ୍ଚି ସାରିଛନ୍ତି । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଦଳ ମାନେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବେଶ ପ୍ରସ୍ତୁତ ଥିବା କହିଛନ୍ତି।
ବିଶେଷ କରି ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଶ୍ରେଷ୍ଠ ରାଙ୍କରେ ଥିବା ଲେବାନନ ବେଶ ପ୍ରସ୍ତୁତ ଥିବା ଦଳର କୋଚ ଏବଂ ଅଧିନାୟକ କହିଛନ୍ତି। ଏହାସହ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ବେଶ ଉତ୍ସାହିତ ଥିବା କହିଛନ୍ତି। ଅପରପକ୍ଷେ ଆୟୋଜକ ଭାରତ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ପାଖାପାଖି 15 ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ।
ଅଧିକ ପଢନ୍ତୁ ଖେଳ ଖବର

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଚତୁର୍ଦ୍ଧାବିଗ୍ରହଙ୍କ ଗୁପ୍ତ ସେବା । ଗତକାଲି ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପାଦିତ କରିଥିବା ବେଳେ ଆଜି ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଦଇତାପତି ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିବେ । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତିବର୍ଷ ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରୀ ତେଲ ଯୋଗାଇ ଦିଆଯାଇଥାଏ । ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗା ଯାଇଥାଏ। ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ଏକବର୍ଷ କାଳ ପୋତାଯାଇଥାଏ ।
ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ପଞ୍ଚମୀ ଦିନ ଅର୍ଥାତ ଆଜି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହି ନୀତି ଆରମ୍ଭ ହେବ । ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ୍ କରିବେ । ବିଶ୍ବାସ ରହିଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ୍ କରାଯିବା ପରେ ମହାପ୍ରଭୁ ଜ୍ବରରୁ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଥାନ୍ତି । ଅନ୍ୟପଟେ ଆସନ୍ତାକାଲିଠାରୁ ତିନି ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି କରାଯିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
