ପାଣିପାଗ କାର୍ଯ୍ୟାଳୟ ଘନ କୁହୁଡ଼ି ନେଇ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ଭିଜିବିଲିଟି।ଏଥିସହ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା 17 ତାରିଖ ବେଳକୁ ଉତ୍ତର ଅଭ୍ୟନ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।
ରାଜ୍ୟରେ କମିଛି ଶୀତ

ଅର୍ଗସ ବ୍ୟୁରୋ: ଉଷ୍ଣ ଜଳୀୟ ବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ପ୍ରଭାବରେ ବଢିଛି ରାଜ୍ୟର ରାତ୍ରି ତାପମାତ୍ରା । ଶୀତ କମିଛି। ଅନ୍ୟପଟେ ଗୁରୁଚାପ ପ୍ରଭାବ ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଜିଲ୍ଲାକୁ କୁହୁଡି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
Download Argus News App
