ପୂର୍ବାହ୍ନ ପ୍ରାୟ 10.30 ରେ ମୁଖ୍ୟ ପୂଜକ ଅମ୍ବିକା ରାଏ ଙ୍କ ସହ ଅନ୍ୟ ପୂଜକ ପରିବାରରୁ ନବାନ୍ନ ଭୋଗ ମନ୍ଦିର କୁ ଆସିଥିଲା।ପଣ୍ଡିତ ସଭା ଦ୍ଵାରା ନିର୍ଦ୍ଧାରିତ ଲଗ୍ନ 10.27 ରୁ 10.42 ମିନିଟ ମଧ୍ୟରେ ନୂଆ ଚାଉଳ, କ୍ଷୀରି,ପିଠା,ସାରୁସାଗ ଆଦି ଭୋଗଲାଗି ହେଇଥିଲା।ମା ଙ୍କ ଠାରେ ଭୋଗ ଲାଗିବା ଶ୍ରୀ ଗଣେଶଙ୍କ ଠାରୁ ଆରମ୍ଭ କରି ଶେଷରେ ମାଉଲିଦେବୀ ଙ୍କ ଠାରେ ନବାନ୍ନ ଅର୍ପଣ କରାଯାଇଥିଲା।ଏହାପରେ ହେଇଥିଲା ମା ଙ୍କ ମଙ୍ଗଳ ଆଳତୀ।ମା ଙ୍କ ନୁଆଚଉଳ ଭୋଗ ନେଇ ଲୋକେ ଘରେଘରେ ନୂଆଁ ଖାଇଥିଲେ।ନୂଆ ଖାଇବା ପରେ ନିଜଠୁ ବଡ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ। ସମ୍ପ୍ରତି ଗାଆଁ ଗାଆଁ ରେ ,ପରିବାରରେ ,ଭାଇଭାଇ ମଧ୍ୟରେ ରାଗ ଋଷା ଈର୍ଷା ଅହଙ୍କାର ବଢ଼ି ଚାଲିଥିବା ବେଳେ ସାମୁହିକ ଭାବେ ନୂଆଖାଇ ଏକତା ଓ ଭାଇଚାରାର ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ। ଏବେ ବି ରହିଛି ସ୍ନେହ,ଶ୍ରଦ୍ଧା ଓ ଭାତୃଭାବ। ପଶ୍ଚିମ ଓଡ଼ିଶା ର ମହାନ୍ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ କେବଳ ସମ୍ପର୍କକୁ ନିବିଡ଼ ନୁହେଁ ବରଂ ସମାଜକୁ ' ବସୁଧୈବ କୁଟୁମ୍ବକମ୍' ର ବାର୍ତ୍ତା ଦେଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର