ଚଳିତ ବର୍ଷ ଆସନ୍ତା ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତା୦୧/୦୯/୨୦୨୨ରିଖ ଗୁରୁବାର ବିଶୁଦ୍ଧ ତୁଳା ଲଗ୍ନେ ବୃଷ/ମିଥୁନ ନବାଂଶେ ମାହେନ୍ଦ୍ର ବେଳାରେ ଦିବା ଘ୧୦.୫୪ମି.ରୁ ଘ୧୧.୦୮ମି. ମଧ୍ୟେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ନବାନ୍ନ ବିଧି ଅନୁଷ୍ଠିତ ହେବ ବୋଲି କହିଛନ୍ତି ରାଜପୁରୋହିତ ସନ୍ତୋଷ ଦାସ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ନୂଆଖାଇ ପାଇଁ ନିର୍ଘଣ୍ଟ ହେଲା ଲଗ୍ନ

ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ନୂଆଖାଇ। ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ପାଟଣା ମହାରାଜାଙ୍କ ହାଉସ୍ ହୋଲ୍ଡ଼୍ ଅଫିସ ପକ୍ଷରୁ ଚିରା ଚରିତ ପ୍ରଥାନୁଯାୟୀ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ପୂର୍ବତନ ପାଟଣା ଷ୍ଟେଟ୍ ତଥା ମହାରାଜାଙ୍କ ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି।
ବନ୍ୟା ପାଣିରେ ଫସିଲେ ଗର୍ଭବତୀ ମହିଳା

ଅର୍ଗସ ବ୍ୟୁରୋ : ପୁରୀ ପିପିଲିରେ ବନ୍ୟାରେ ଫସିଲେ ଗର୍ଭବତୀ ମହିଳା । ଡେଲାଙ୍ଗ ମେଡିକାଲ ନେଉଥିବା ବେଳେ ଅଧା ବାଟରେ ଖରାପ ହେଲା ବୋଟ । ସାନ ଆଙ୍ଗୁଳା ଗାଁରୁ ମେଡିକାଲ ନେଉଥିବା ବେଳେ ଲୁଣା ନଦୀ ମଝିରେ ଫସି ରହିଛି ବୋଟ । ତେବେ ପ୍ରଶାସନ ପକ୍ଷରୁ ନିୟୋଜିତ ବୋଟରେ ବିନା ଲାଇଫ ଜାକାଟରେ ଗର୍ଭବତୀଙ୍କୁ ବୋଟରେ ମେଡ଼ିକାଲ ନିଆଯାଉଥିବାର ଭିଡିଓ ସାମ୍ନାକୁ ଆସିଛ
Download Argus News App
