ଅର୍ଗସ ବ୍ୟୁରୋ : ନୂଆପଡ଼ା ସିନାପାଲି ବ୍ଲକ ସ୍ଥିତ ଲିଆଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ବିଭିନ୍ନ ଅବ୍ୟବସ୍ଥା ଦେଇ ଗତିକରୁଛି । ଯାହାକୁ ନେଇ ସ୍ବାସ୍ଥ୍ୟ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ମଖାପଦର ଗ୍ରାମପଞ୍ଚାୟତ ଓ ଗଣ୍ଡାବାହଲି ସମେତ ପଡ଼ୋଶୀ କଳାହାଣ୍ଡି ଅଞ୍ଚଳର ଜନସାଧାରଣ ନିର୍ଭର କରିଥାନ୍ତି । ହେଲେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀ ମାନେ ହଇରାଣ ହେଉଛନ୍ତି । ସରକାରୀ ନିୟମ ଅନୁସାରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ମହିଳା ସ୍ଵାସ୍ଥ୍ୟ କର୍ମୀ, ୱାର୍ଡ ଏଟେଣ୍ଡଡେଣ୍ଡ, ଷ୍ଟାଫ ନର୍ସ ରହିବା କଥା। ହେଲେ ଏଠାରେ ଜଣେ ଫାର୍ମାସିଷ୍ଟ ଓ ମହିଳା ସ୍ଵାସ୍ଥ୍ୟ କର୍ମୀ ଭରସାରେ ରୋଗୀ ସେବା ଚାଲିଛି ।
ଅଧିକ ପଢନ୍ତୁ : ଫାର୍ମାସିଷ୍ଟ ଭରସାରେ ଚାଲିଛି ସ୍ବାସ୍ଥ୍ୟ ସେବା
ସ୍ଵାସ୍ଥ୍ୟ କେନ୍ଦ୍ରଟି ୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଠାରେ କେବଳ ୩ଟି ଶଯ୍ୟା ଉପଲବ୍ଧ ରହିଛି । ଖାଲି ଖଟିଆ ପଡ଼ିଛି ହେଲେ ଗଦି ଉପଲବ୍ଧ ନାହିଁ। ଫଳରେ କାଠ ଉପରେ ପଡ଼ି ଚିକିତ୍ସିତ ହେଉଛନ୍ତି ରୋଗୀ । ବାରମ୍ବାର ଚିକିତ୍ସାଳୟ ସମସ୍ୟା ନେଇ ଗ୍ରାମବାସୀ ଦାବି ଜରାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଉପାନ୍ତ ଲିଆଡ଼ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ବ ଦେବାକୁ ଏବେ ଦାବୀ ଜୋର ଧରିଛି l