ପୂର୍ବରୁ ଗାଈ ଏବଂ ବାଛୁରୀଙ୍କୁ ଗୁହାଳରୁ ଟେକି ନେଇଥିଲା ବାଘ । ବାଘ ଆତଙ୍କକୁ ନେଇ ଗାଁ ଲୋକେ ଆତଙ୍କିତ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ସୂଚନାଯୋଗ୍ୟ, ପ୍ରାୟ ମାସେ କାଳ ହେବ ନୂଆପଡ଼ାରେ ବାଘ ଆତଙ୍କ ଜାରି ରହିଛି। ଗତ ୧୬ ତାରିଖରେ ଧରମବନ୍ଧା ସେକ୍ସନ ସିଲିଆରିବାହାର ଗାଁର ଏକ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା ।
ସେଠାରେ ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ୨ଟି ବାଘ ଜଗି ରହିଥିବା ବେଳେ ଗାଈକୁ ଶିକାର କରିଥିଲେ। ଗୋଟିଏ ବାଘ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟଟି ଗାଈକୁ ଖାଇବା ପରେ ଆଉ ସେଠାରୁ ଯାଇପାରି ନଥିଲା। ପରେ ବାଘଟି ଅସୁସ୍ଥ ହେବାସହ ଛଟପଟ ହୋଇଥିଲା।