ଅନୁଗୁଳ: ଅନୁଗୁଳ ଥାନା ଅମାଳାପଡା ଅଞ୍ଚଳରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ନର୍ସିଂହୋମରେ କାର୍ଯ୍ୟରତ ଜଣେ ନର୍ସ ରାତିରେ ଅମାଳାପଡା ସ୍ଥିତ ନିଜ ଘରକୁ ଫେରିଥିଲେ । ଏହି ସମୟରେ 3 ଜଣ ଯୁବକ ତାଙ୍କୁ ପିଛା କରିଥିଲେ ।
ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଅନ୍ୟ ଏକ ସ୍କୁଟିରେ ତାଙ୍କୁ ପିଛା କରିଥିଲା । ସମ୍ପୃକ୍ତ ମହିଳା ଜଣଙ୍କ ନିଜ ଘର ପାଖରେ ପହଞ୍ଚିବା ପରେ ଯୁବକ ଜଣଙ୍କ ସ୍କୁଟି ରଖି ମହିଳାଙ୍କ ଉପରକୁ ଝାଂପ ମାରିଥିଲ। । ମହିଳା ଜଣଙ୍କ ପାଟି କରିବା ପରେ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲା ।
ଏନେଇ ମହିଳାଙ୍କ ପକ୍ଷରୁ ଅନୁଗୁଳ ଥାନାରେ ଏକ ଏତଲା ଦିଆଯାଇଛି । ତେବେ ମହିଳାଙ୍କୁ ଯୁବକମାନେ ପିଛା କରୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...