ଅଧିକ ପଢନ୍ତୁ : ଯାଜପୁରରୁ ଶୁଭିଲା ଅପପୁଷ୍ଟିର କୋହ
କିଛି ଦିନ ତଳେ ପ୍ରାଚୁଯ୍ୟ ଉପରେ ଛିଡା ହୋଇଥିବା ଯାଜପୁର ଜିଲ୍ଲାର ଦାନଗଦିରେ ଦୃଶ୍ୟ ଦେଖିବାକୁ ମିଳିଥିଲା । ପେଟପିଠି ଲାଗିଯାଇଥିବା, କ୍ଷୁଧାର ନିଆଁରେ ଜଳି ସାରିଥିବା, ଶୈଶବରେ ମୃତ୍ୟୁକୁ ଅପେକ୍ଷା କରିଥିବା ଜଣେ ଶିଶୁର ଚିତ୍ର । ବିଜେଡିର ୨୩ ବର୍ଷ କାଳ ଶାସନ ପରେ ବି ତଥାକଥିତ ବିକଶିତ ଜିଲ୍ଲାରୁ ଶୁଭୁଛି ଅପପୃଷ୍ଟିର କୋହ ।
ଇଏ କେବଳ ଗୋଟିଏ ଅଞ୍ଚଳର କଥା ନୁହେଁ, ଆଜି ବି ନଗଡ଼ା କାନ୍ଦୁଛି, ଆଜି ବି ନଗଡ଼ାବାସୀଙ୍କ ପାଇଁ ବିକାଶ ଶବ୍ଦ ଅଚିହ୍ନା । ଉପକୂଳଠୁ ଉପାନ୍ତ ସବୁଠି ଅପପୁଷ୍ଟିର ସଙ୍ଗୀନ ସ୍ଥିତି। ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ଅନୁସାରେ, ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ 5.13 ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା ହୋଇଥାନ୍ତି । ସେହିପରି 10.8 ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର ରହିଛନ୍ତି । ଆଶ୍ଚର୍ଯ୍ୟକର କଥା, ଓଡ଼ିଶାରେ ଥିବା ଗେଡା ପିଲା ସଂଖ୍ୟା ଉଗାଣ୍ଡା ସହ ସମାନ । ଆଉ ୧୩ ବର୍ଷରେ ୧୦୦ ବର୍ଷ ପୂରଣ କରିବ ଓଡ଼ିଶା । 2036 ବେଳକୁ ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ଯାହା ୨୨ ବର୍ଷରେ ହେଲାନି ତାହା 14 ବର୍ଷରେ ହୋଇପାରିବ ତ ? 100 ବର୍ଷରେ ଓଡ଼ିଶାରୁ ଅପପୁଷ୍ଟି ରୂପକ ରାକ୍ଷସ ହଟି ସାରିଥିବ ତ ?