କେନ୍ଦ୍ର ସରକାର ମେଡ଼ିକାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଆଦିରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗ ଭଳି ରାଜ୍ୟ ମଧ୍ୟ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣର ପ୍ରବାଧାନ କରିଛନ୍ତି । କିନ୍ତୁ ଓଡିଶାରେ ରାଜ୍ୟ ସରକାର ଏହା କାର୍ଯ୍ୟକାରୀ କରୁନଥିବାରୁ ପଛୁଆ ବର୍ଗ ଛାତ୍ରଛାତ୍ରୀ ସୁଯୋଗରୁ ବଞ୍ଚିତ ହେଉଛନ୍ତି ବୋଲି ଓବିସି ମୋର୍ଚ୍ଚା କହିଛି ।
ସେପଟେ ଆଡମିଶନ ବେଳେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଓବିସି ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ଓଡିଶା ଅଭିଭାବକ ମହାସଂଘ । ଏବେ ପ୍ରଶ୍ନ ଉଠୁଛି, ଓବିସିଙ୍କୁ ସାମ୍ବିଧାନିକ ଅଧିକାର ମିଳିବା କେବେ ? ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଏବେ ଯାଏଁ ସଂରକ୍ଷଣ ଦିଆଯାଉନି କାହିଁକି ? ଅନ୍ୟ ରାଜ୍ୟ ପରି ବିଶେଷ ରାଜ୍ୟ ଭାବେ ଓଡିଶା କାହିଁକି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରି ଓବିସିଙ୍କ ପାଇଁ ଲଢ଼ିଲେ ନାହିଁ ?