ଅଧିକ ପଢନ୍ତୁ : `ପଛୁଆ ବର୍ଗଙ୍କୁ ଠକିବା ପାଇଁ ସରକାରଙ୍କ ଚେଷ୍ଟା’
ରାଜ୍ୟରେ ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ । ସମ୍ବିଧାନ ଅନୁସାରେ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବା କଥା । ହେଲେ ହାଇକୋର୍ଟ ମୋଟ୍ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଶେଷ କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ । ଓଡ଼ିଶାରେ ଏସସି-ଏସଟିଙ୍କ ପାଇଁ 38.5 ପ୍ରତିଶତ ସଂରକ୍ଷଣ ରହିଛି ।
ତେବେ ୨୦୧୭ରେ ଏନେଇ ସୁପ୍ରିମକୋର୍ଟରେ ଏକ ଲିଭ୍ ପିଟିସନ୍ ଦାଖଲ କରି ଚୁପ୍ ବସିଗଲେ ରାଜ୍ୟ ସରକାର। ୬ ବର୍ଷ ପରେ ବି ଚୁପ୍ । ଏମିତି କି ଓକିଲ ବି ଦେଇନାହାନ୍ତି ସରକାର । ଓବିସିଙ୍କୁ ତାଙ୍କ ହକ୍ ଓ ଅଧିକାର ପାଇଁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ରରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ, ଆସାମରେ ମଧ୍ୟ ୨୭, ବିହାରରେ ୩୪, ଦିଲ୍ଲୀ, ଗୋଆ ଓ ଗୁଜରାଟ ପରି ରାଜ୍ୟରେ ମଧ୍ୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ରହିଛି ।