ଓବିସିଙ୍କ ହକ୍ ଓ ଅଧିକାର ପାଇଁ ବିଜେପି ଆରମ୍ଭ କରିବ ନୂଆ ମିଶନ। ଗାଁ ଗାଁ ଚାଲ ଏବଂ ଘର ଘର ଚାଲ ଅଭିଯାନରେ 1 ଲକ୍ଷ ଗାଁ 10 ଲକ୍ଷ ଘରେ ପହଞ୍ଚିବ ବିଜେପି ଓବିସି ମୋର୍ଚ୍ଚା। 6 ଏପ୍ରିଲ ବିଜେପି ପ୍ରତିଷ୍ଠା ଦିବସ ଏବଂ 14ରେ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନେତୃତ୍ବରେ ବସିଥିବା ଏକ ବୈଠକରେ ଏହି କାର୍ଯ୍ୟକ୍ରମର ରୋଡମ୍ୟାପ ପ୍ରସ୍ତୁତ ହୋଇଛି।
ଓଡିଶାରେ ୫୪ ପ୍ରତିଶତ ଓବିସି ବର୍ଗରେ ଲୋକ ଥିବା ବେଳେ ବିଶେଷ ପରିସ୍ଥିତିରେ ମଧ୍ୟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରାଯାଇପାରିବ। ଓବିସି ସଂରକ୍ଷଣ ରୋକ ବିରୋଧରେ ମଧ୍ୟପ୍ରଦେଶ ସରକାର ସୁପ୍ରିମ କୋର୍ଟ ଯାଇ ନିର୍ବାଚନକୁ ସ୍ଥଗିତ ରଖିଥିବା ନଜିର ରହିଛି । ଏବେ ସାଧାରଣ ନିର୍ବାଚନ ପୂର୍ବରୁ ହଠାତ ବିଜ୍ଞାପନ ଦେଇ ସର୍ଭେ କରିବା ରାଜନୈତିକ ବିବାଦ ସୃଷ୍ଟି କରିଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ