24 ଘଣ୍ଟା ନିଶାରେ ରହି ମୋ ସ୍ଵାମୀ ଘରକୁ ଆସିଲେ ନାହିଁ କି ଆର୍ଥିକ ସହାୟତା ଓ ମାନସିକ ସାନ୍ତ୍ଵନା ଦେଲେ ନାହିଁ । ପରେ ଉଭୟଙ୍କୁ ମୁଁ ଓ ପରିବାର ବୁଝେଇବାକୁ ଚେଷ୍ଟା କରି ବିଫଳ ହେଲୁ । ପରବର୍ତ୍ତୀ ସମୟରେ ମୋ ସ୍ଵାମୀଙ୍କୁ ମୁଁ ଫେରାଇ ଆଣିବାକୁ ଚେଷ୍ଟା କରିବାରୁ ପ୍ରକୃତି ଆତ୍ମହତ୍ୟା ସହ ଆମ ସମ୍ମାନକୁ ତଳେ ପକାଇବା ପାଇଁ ବ୍ଲାକମେଲ କରିବା ସହ ଧମକ ଦେଲେ । ଆଜି ସକାଳେ ମୁଁ ଜାଣିବାକୁ ପାଇଲି ମୋ ସ୍ଵାମୀ ପ୍ରକୃତି ମିଶ୍ରଙ୍କ ସହ ମୋ ବାପ ଘର ନିକଟରେ ଏକ ଭଡା ଘରେ ଥିବା ଖବର ପାଇଥିଲି । ମୁଁ ସେଠାରେ ପହଞ୍ଚିଲା ବେଳକୁ ମୋ ସ୍ଵାମୀ ଓ ପ୍ରକୃତି ମିଶ୍ର ଚେନ୍ନାଇ ଯିବା ପାଇଁ ବାହାରୁଥିଲେ। ମୁଁ ପ୍ରଥମେ ମୋ ସ୍ଵାମୀଙ୍କୁ ପାଟି କରିବା ସହ ଚାପୁଡ଼ା ମାରିବା ବେଳେ ପ୍ରକୃତି ମିଶ୍ର ମାତେ ବିରୋଧ କରି ଧମକ ଦେବାକୁ ଲାଗିଲେ। ଯେଉଁଠି ପାଇଁ ମୁଁ ରାଗ ସମ୍ଭାଳି ନ ପାରି ଏଭଳି ଘଟଣା ଘଟିଲା। ଏବେ ମୋ ଓ ମୋର ପୁଅ ଜୀବନ ପ୍ରତି ବିପଦ ଅଛି।
ମୋ ବୈବାହିକ ଜୀବନରେ ଅଶାନ୍ତି କରୁଛି ପ୍ରକୃତି ମିଶ୍ର

ଅର୍ଗସ ବ୍ୟୁରୋ : ପ୍ରକୃତି ମିଶ୍ରଙ୍କ ବିରୋଧରେ ଖାରବେଳ ଥାନାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ । ସେ କହିଛନ୍ତି, ମୋ ବୈବାହିକ ଜୀବନ ଖୁସିରେ ଚାଲିଥିଲା। ଯେତେବେଳେ ପ୍ରକୃତି ମିଶ୍ର ଆମ ଦୁହିଁଙ୍କ ଭିତରେ ପଶିଲେ ସେବେଠୁ ଆମ ଭିତରେ ଅଶାନ୍ତି ଆରମ୍ଭ ହେଲା । ପ୍ରକୃତି ମୋ ସ୍ଵାମୀ ସହିତ ବେଶି ନିକଟର ହେଲେ। ଲକଡାଉନ ବେଳେ ପ୍ରକୃତିଙ୍କ କ୍ୟାରିୟର ଖସୁଥିଲା, ସେହି ସମୟରେ ସେମାନେ ବେଶୀ ନିକଟତର ହେଲେ। ନିଜପ୍ରତି ଆନୁଗତ୍ୟ ପାଇଁ ମୋ ସ୍ଵାମୀଙ୍କୁ ମଦ ଗଞ୍ଜେଇ ଦେଇ ପ୍ରକୃତି ସ୍ଵାମୀ ସ୍ଵାମୀ ଠାରୁ ଆର୍ଥିକ ସହାୟତା ନେଲେ ।
ଭାରତର ଇଏ ଏମିତି ମନ୍ଦିର, ଯେଉଁଠି କୃଷ୍ଣଙ୍କ ହାତରେ ମୂରଲୀ ନାହିଁ

ଅର୍ଗସ୍ ବ୍ୟୁରୋ : ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। କୃଷ୍ଣଙ୍କ କଥା ପରିକଳ୍ପନା କରିବା ମାତ୍ରକେ ମନକୁ କେତୋଟି ଚିତ୍ର ସ୍ବତଃ ଚାଲିଆସେ। କଳା ରଙ୍ଗର ପୁରୁଷାକୃତି ବିଗ୍ରହ। ମଥାରେ ମୟୂର ଚନ୍ଦ୍ରିକା, ହାତରେ ବଶିଂ ଏବଂ ମଥାରେ ତୀଳକ। ଏହା ହିଁ ଭଗବାନ ଲୀଳା ପୁରୁଷୋତ୍ତମଙ୍କ ସ୍ବରୂପ।
କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏମିତି ବିଲକ୍ଷ
Download Argus News App
