ହେଲେ ଏଇଠି ଗୋଟିଏ କଥା ମନକୁ ଆସୁଛି। କୁଆଡେ ଗଲେ ଅନୁଭବ ମହାନ୍ତି।
କ’ଣ ସତରେ ଦଳରେ ସେ ଏବେ କୋଣଠେସା ?
ତାଙ୍କୁ କ’ଣ ସତରେ ଆଉ କେହି ପଚାରୁ ନାହାନ୍ତି ?
ଏ ଦୃଶ୍ୟ ଦେଖି ସେଇଆ ହିଁ ଲାଗୁଛି। କାରଣ ଅନୁଭବଙ୍କ ଦବଦବା ଦଳରେ ଆଉ ନାହିଁ କହିଲେ ଚଳେ। ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ସମ୍ପର୍କ ବଢିବା ଆଉ ପତ୍ନୀଙ୍କ ସହ ସମ୍ପର୍କ ଝଡିବା ପରଠୁ ଅନୁଭବଙ୍କ ଅବସ୍ଥା ଅସମ୍ଭାଳ। ଆଉ ଏପଟେ ବିଜେଡି ଦଳ ବି ତାଙ୍କ ସାଂସଦଙ୍କ କଥା ଭୁଲିଗଲା ଭଳି ଲାଗୁଛି। ନ ଚେତ୍ ଏମିତି କ’ଣ ବର୍ଷ ନିର୍ବାଚନ ପ୍ରଚାରରେ ଯାଉଥାନ୍ତେ ନା କ’ଣ !