ରାଜ୍ୟରେ ଦିନକୁ ଦିନ ଏଭଳି ଘଟଣା ସାମ୍ନାକୁ ଆସୁଥିବା କାରଣରୁ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି କାହିଁକି ଯୁବପୀଢ଼ି ଏଭଳି ନିଷ୍ପତ୍ତି ନେଉଛନ୍ତି ତାହା ବଡ ପ୍ରଶ୍ନ।
ଅଧିକ ପଢ଼ନ୍ତୁ ମନୋରଂଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଆଲବମ୍ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଲବମ୍ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ବଲାଙ୍ଗିରରେ ଚାଞ୍ଚଲ୍ୟ, ଆଲବମ୍ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର। ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ଙ୍କ ମୃତଦେହ ଉଦ୍ଧାର। ଆତ୍ମହତ୍ୟା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ବଲାଙ୍ଗିର ସହର ସୁଦପଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି। ଖବରପାଇ ଟାଉନ ଥାନା ପୋଲିସର ଘଟଣା ସ୍ଥଳରେ ପହଞ୍ଚିଛି। ଏହାସହ ଅଧିକ ତଦନ୍ତ ଜାରି ରଖିଛି।
ରାଜ୍ୟରେ ଦିନକୁ ଦିନ ଏଭଳି ଘଟଣା ସାମ୍ନାକୁ ଆସୁଥିବା କାରଣରୁ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି କାହିଁକି ଯୁବପୀଢ଼ି ଏଭଳି ନିଷ୍ପତ୍ତି ନେଉଛନ୍ତି ତାହା ବଡ ପ୍ରଶ୍ନ।
ଅଧିକ ପଢ଼ନ୍ତୁ ମନୋରଂଞ୍ଜନ ଖବର
ଅର୍ଗସ ବ୍ୟୁରୋ : ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଏହି ସମୟରେ ସେ ବାଂଲାଦେଶୀ ପ୍ରତିପକ୍ଷ ଜେନେରାଲ ଏସଏମ ଶାଫିଉଦ୍ଦିନ ଅହମ୍ମଦଙ୍କୁ ଭେଟିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଦ୍ବିପାକ୍ଷିକ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ନେଇ ବିସ୍ତାର ଆଲୋଚନା କରିଛନ୍ତି । ସେନା ମୁଖ୍ୟ ଭାବେ ବାଂଲାଦେଶ ଗସ୍ତରେ ଜେନେରାଲ ମନୋଜ ପାଣ୍ଡେଙ୍କର ଏହା ହେଉଛି ଦ୍ବିତୀୟ ଗସ୍ତ । ସେ ଶୀର୍ଷ ପଦ ଗ୍ରହଣ କରିବା ପରେ ଗତ ବର୍ଷ ଜୁଲାଇରେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ବାଂଲାଦେଶ ଯାଇଥିଲେ ।
ଅର୍ଗସ ବ୍ୟୁରୋ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ କିଏ ନ ଜାଣେ। ଅଭିନୟ ଯେମିତି ଫ୍ୟାନ ଫଲୋଇଙ୍ଗ ମଧ୍ୟ ସେମିତି। ବଲିଉଡକୁ ବହୁତ ଗୁଡ଼ିଏ ହିଟ ଫିଲ୍ମ ଦେଇଛନ୍ତି। ତେବେ ଅକ୍ଷୟ କୁମାର ଏବେ ଭାରି ବ୍ୟସ୍ତ ଅଛନ୍ତି। ଅଭିନେତା ଏବେ ଅଲଗା ଅଲଗା ଲୋକେଶନକୁ ଯାଇ ଫିଲ୍ମ ସୁଟିଂ ଜାରି ରଖିଛନ୍ତି। ଏବେ ଶେଷରେ ଅକ୍ଷୟ ଭାରତର ରାଜଧାନୀ ଦିଲ୍ଲୀରେ ଫିଲ୍ମର ଶେଷ ଶୁଟ କରୁଛନ୍ତି। ଖିଲାଡି କୁମାରଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନମାନେ ପାଗଳ।
ତେବେ ଅକ୍ଷୟ ନିଜ ଫିଲ୍ମ `ଶଙ୍କରା'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୋମବାର ଅକ୍ଷୟଙ୍କୁ ଦିଲ୍ଲୀର ଜାମା ମସଜିଦରେ ସ୍ପଟ କରାଯାଇଥିଲା। ଟ୍ବିଟରର ଫ୍ୟାନ ପେଜରେ ଅକ୍ଷୟଙ୍କର ଏକ ଲାଟେଷ୍ଟ ଭିଡିଓ ଶେୟାର କରାଯାଇଥିଲା। ଯେଉଁଥିରେ ଅକ୍ଷୟ ଡାର୍କ ଗ୍ରେ ଶର୍ଟ ଏବଂ ବ୍ଲୁ ପ୍ୟାଣ୍ଟରେ ନଜର ଆସିଛନ୍ତି। ଅକ୍ଷୟଙ୍କୁ ଦେଖିକି ଫ୍ୟାନମାନେ ଚିଲାଇବାରେ ଲାଗିଥିଲେ। ଅକ୍ଷୟ ବି ଫ୍ୟାନମାନଙ୍କୁ ଏକ୍ସାଇଟମେଣ୍ଟକୁ ନିରାଶ ହେବାକୁ ଦେଲେନି। ଅକ୍ଷୟ ଗୋଟିଏ ଦୋକାନକୁ ଯାଇ ଫ୍ୟାନମାନଙ୍କ ସହ ହାତ ମିଶାଇଥିଲେ। ଫ୍ୟାନମାନେ ତାଙ୍କୁ ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ସେ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ତେବେ ପ୍ରକାଶ ଥାଉ କି, ନିକଟରେ ଅକ୍ଷୟ ତାଙ୍କର ଏକ ଫିଲ୍ମ ଶୁଟିଂ ପାଇଁ ଉତ୍ତରାଖଣ୍ଡ ପହଞ୍ଚିଥିଲେ। ଅକ୍ଷୟ ଉତ୍ତରାଖଣ୍ଡରେ ପହଞ୍ଚି ବାବା କେଦାରନାଥ, ବଦ୍ରିନାଥ ଏବଂ ଜାଗେଶ୍ବର ଧାମରେ ପହଞ୍ଚି ବାବାଙ୍କ ଶରଣରେ ପୂଜାର୍ଚ୍ଚନା କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ବାଲେଶ୍ବର ଟ୍ରେନ ଟ୍ରାଜେଡି। କେତେ କାହାର ସଂସାର ଉଜାଡି ଦେଇଛି। ଅନେକ ଛୁଆ ଅନାଥ ହୋଇଛନ୍ତି। ବାପା, ମା'ଙ୍କ ହାତ ମଥାରୁ ଉଠିଯାଇଛି। ତଥାପା ଜୀବନ ଆଗକୁ ବଢିବ। ତମାମ ଦୁଃଖ ଆଉ ଯନ୍ତ୍ରଣାରେ ସଂସାର ନଉକାକୁ ଆଗକୁ ବାହିବାକୁ ପଡିବ। ଖାସ୍ ସେଇଥି ପାଇଁ ଏଇ ଟ୍ରେନ ଟ୍ରାଜିଡିରେ ଅନାଥ ପିଲାଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି ମନ କରିଛନ୍ତି କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ। ଭାରତୀୟ ଟିମର ଖେଳାଳି ବିରାଟ କୋହଲି, ପୂର୍ବତନ ପ୍ଲେୟାର ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏହିଭଳି ବିପଦରେ ଧୈର୍ଯ୍ୟ ରଖିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଆଉ ଅସମୟରେ ଭାରତୀୟ କ୍ରିକେଟ ଟିମ ସାଥୀରେ ଅଛି ବୋଲି କୁହାଯାଇଛି।
ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏଭଳି ଏକ ନିଷ୍ପତ୍ତି ଦେଶବାସୀଙ୍କ ମନ ଜିଣିଛି। ବାହାନଗା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କୁ ସହାୟତାର ହାତ ବଢାଇଛନ୍ତି ସେହୱାଗ ।
ଟ୍ୱିଟ୍ କରି ସେହୱାଗ କହିଛନ୍ତି, ଏହି ଚିତ୍ର ମୋତେ ମର୍ମାହତ କରିଛି। ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାଙ୍କର ପାଠ ପଢାର ତ ଧ୍ୟାନ ମୁଁ ରଖିପାରିବି। ଏହି ଅନାଥ ପିଲାଙ୍କୁ ସେହୱାଗ ସ୍କୁଲ ଅଫ୍ ବୋଡିଂରେ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା କରିବି। ସମସ୍ତ ମେଡିକାଲ ଟିମ୍ ଓ ସ୍ୱେଚ୍ଛାସେବୀଙ୍କୁ ମୁଁ ଧନ୍ୟବାଦ ଦେଉଛି। ଯେଉଁମାନେ ସ୍ୱଇଚ୍ଛାରେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ମୁଁ ଆପଣଙ୍କ ସାଥିରେ ଅଛି।
କେବଳ ସେହୱାଗ ନୁହେଁ ଦେଶର ଜଣାଶୁଣା ଉଦ୍ୟୋଗପତି ଗୌତମ ଅଦାନୀ ମଧ୍ୟ ଅନାଥ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି ଘୋଷଣା କରିଛନ୍ତି । ଆଦାନୀ ଟ୍ୱିଟ୍ କରି କହିଛନ୍ତି, ଟ୍ରେନ୍ ଦୁର୍ଘଟଣାରେ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କର ପାଠପଢା ଖର୍ଚ୍ଚ ଆଦାନୀ ଗ୍ରୁପ୍ କରିବ। ସେହି ଅଶୁଭ ଶୁକ୍ରବାରକୁ ଦେଶ ଭୁଲି ନ ଥିବା ବେଳେ ମଣିଷ ପଣିଆର ଏ ମହନୀୟ ଉଦ୍ୟମ ସତରେ ପ୍ରଶଂସନୀୟ।
ଅଧିକ ପଢ଼ନ୍ତୁ ଖେଳ ଖବର