ଭୁବନେଶ୍ୱର: ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନ୍ସର । ବିଜେପି ଯୁବ ନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କୁ ଅଭିନେତ୍ରୀ ଏଲି ପାଢି ଖବର ଦେବା ପରେ ନୀଳାଦ୍ରି ବିହାର ସ୍ଥିତ ତାଙ୍କ ଘରୁ ଆଣି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରି ତାଙ୍କର ଚିକିତ୍ସା କରାଯାଉଛି । ସେ ସହଯୋଗ କରିବା ସହ ଅନ୍ୟ ଅଭିନେତାଙ୍କୁ ତାଙ୍କୁ ସାହାଯ୍ୟର ହାତ ବଢ଼େଇବା ପାଇଁ ଅନୁରୋଧ କରିଛନ୍ତି ।
ସୂଚନାନୁସାରେ, ସେ ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଆଜି ଅଚାନକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପାଇଁ ଦୀପାଙ୍କ ପାଖରେ ଆବଶ୍ୟକୀୟ ଟଙ୍କା ନଥିବା କାରଣରୁ ଦୀପାଙ୍କ ଚିକିତ୍ସା ସକାଶେ ଅର୍ଥ ସହାୟତାର ନିବେଦନ କରାଯାଇଛି ।
ଦୀପା ଓଡ଼ିଆ ଆଲ୍ବମ୍ ଦୁନିଆର ଜଣେ ବହୁ ପରିଚିତା ଚେହେରା । ଆଲବମ୍ ବ୍ୟତୀତ ସେ କିଛି ଟେଲି ଧାରାବାହିକ ଓ ଓଡ଼ିଆ ସିନେମାରେ ବି ଦେଖିବାକୁ ମିଳିଛନ୍ତି। ‘ତୋର କୃଷ୍ଣଚୂଡ଼ା ରଂଗର ନାଲି ଓଢ଼ଣୀ’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ଏକରା ଏକରା ରା’, ‘ଲେ ଲେଇଜା ଲଚକମଣି’ ଆଦି ସୁପରହିଟ୍ ଆଲ୍ବମ୍ରେ ଦେଖିବାକୁ ମିଳିଥିଲେ ଦୀପା। ଏହାସହ ‘ନାରୀ ଆଖିରେ ନିଆଁ’ ଚଳଚ୍ଚିତ୍ର ଜରିଆରେ ସିନେମା ଦୁନିଆରେ ଡେବ୍ୟୁ କରିଥିଲେ ଦୀପା।
