ଆବାସ ତାଲିକାରେ ବିଧାୟକଙ୍କ ଶ୍ବଶୁର !
ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ
ନୂଆଦିଲ୍ଲୀ: କରୋନା ନେଲା ଜଣେ ଓଡ଼ିଆ ଡାକ୍ତରଙ୍କ ଜୀବନ । ଦିଲ୍ଲୀରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଲେ ଓଡ଼ିଆ ଡାକ୍ତର । କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଦିଲ୍ଲୀର ରାଜୀବ ଗାନ୍ଧୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓଡ଼ିଆ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପ ।
ଅନ୍ୟପଟେ ଡାକ୍ତର ଅଶ୍ୱିନୀଙ୍କ ୨ ସନ୍ତାନଙ୍କ ସମେତ ପତ୍ନୀ ଭୁବନେଶ୍ୱର ସ୍ଥିତ କୋଭିଡ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି ପରିସ୍ଥିତିରେ ଅଶ୍ୱିନୀଙ୍କ ମୃତଦେହ ଦିଲ୍ଲୀରୁ ଆଣିବା ପାଇଁ ପ୍ରଶାସନର ସହାୟତା ଲୋଡ଼ିଛନ୍ତି ସମ୍ପର୍କୀୟ । ତେବେ ଅଶ୍ୱନୀ ମକେସିଜିର୨୦୦୫ ବ୍ୟାଚ୍ ଛାତ୍ର ଥିଲେ ବୋଲି ଜଣାପଡ଼ିଛି ।
Download Argus News App
