ଓଡ଼ିଆ ଘରର ପାରମ୍ପରିକ ପର୍ବ ଅଗୀରା ପୁନେଇ, ଅଗିଜଳା, ଅଗ୍ନୀ ଉତ୍ସବ। ଶୀତ ଲେଉଟିଛି। ଏ ନିଆଁ କହୁଛି, ହେଇ ଦେଖ ବସନ୍ତ ଆସିଛି। ଗଛମାନେ ପତ୍ରଝଡା ଦେଇଛନ୍ତି। ମିହିକାର ଆସ୍ତରଣ ଭିତରେ ମିହିରକୁ ଅସ୍ତାଚଳରେ ଛାଡି ଗାଁ ମୁଣ୍ଡରେ ସମସ୍ତେ ଏକାଠି ହେଇଛନ୍ତି।
ବୋଉ ଦେଇ ପଠେଇଛି ବାରି ବାଇଗଣ, ବାଡି ପୋଟଳ। ବ୍ରାହ୍ମଣର ମନ୍ତ୍ର। ଘଣ୍ଟର ତାଳେ ତାଳେ ଅଗ୍ନୀର ଉପାସନା ହେଉଛି। ନିଆଁ ଖଣ୍ଡେ ଖଣ୍ଡେ ହାତରେ ଧରି ଅଗ୍ନୀ ପରିକ୍ରମା କରୁଛନ୍ତି ସମସ୍ତେ। ମାଘ ପୂର୍ଣ୍ଣିମାରେ ବାଘ ଭଳି ଶୀତକୁ ଫୁ କରି ଉଡାଉଛି ଅଗିରାର ନିଆଁ।
ନଡା ବିଡା, ପାଳ। ଯାହା ବାଡିରେ ଯାହା ଥିଲା ସବୁ ଆଜି ଏକାଠି ହୋଇଛି ଗାଁ ମୁଣ୍ଡରେ। ସିଏ ନିର୍ବାପିତ ହେଲେ, ତା ଭସ୍ମ ଯିଏ ନୂଆଁଣିଆ ଚାଳଘର ଉପରକୁ। ବିଲ ହିଡରେ କେଞ୍ଚାହେବ ପୋଡା ପରିବା ଆଉ ପାଉଁଶ। ଖରା ଦିନେ ନିଆଁ ଦାଉରୁ ବଞ୍ଚେଇବେ ଅଗ୍ନିଦେବତା।
କି ବିଚିତ୍ର ଆମ ପରମ୍ପରା। ଅଗ୍ନୀ। ଯିଏ ନ ଥିଲେ ଦେହ ଚାଲେନି। ଯିଏ ନ ଥିଲେ ଚୁଲି ଜଳେଣୀ। ଯିଏ ନ ଥିଲେ ଜୁଇ ଜଳେନି। ଆମ ପୂର୍ବଜ ଏ କଥା ବୁଝିଥିଲେ ବୋଲି ତ ନିଆଁ ଆଜି ପୂଜା ହେଉଛି। ହରିବୋଲ ଦିଅ, ଏଠି ଅଗିରା ଜଳୁଛି।