କଟକ: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ । କଟକସ୍ଥିତ ସିଡିଏ ସେକ୍ଟର ୯ ନଂ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ବହୁ ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଛନ୍ତି । ବହୁ ଓଡ଼ିଆ ନାଟକ ସହ ଟେଲି ସିରିଏଲରେ ମଧ୍ୟ ସଂଳାପ ରଚନା ଜାରି ରଖିଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରିଛନ୍ତି ।
ଅର୍ଗସ ବ୍ୟୁରୋ : ପୂର୍ବତଟ ରେଳପଥ ରାଜଭାଷା ବିଭାଗ ଦ୍ୱାରା ରାଜଭାଷା ପଖୱାଡା ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ଆୟୋଜିତ ହୋଇଯାଇଅଛି । ସମାପନ ସମାରୋହରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳପଥର ମହିଳା କଲ୍ୟାଣ ସଂଗଠନ (ଇକୋର) ର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ରେଳ କର୍ମଚାରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭାରତ ସରକାରଙ୍କ ସରକାରୀ ଭାଷା ନୀତି ଅନୁଯାୟୀ ହିନ୍ଦୀ ଦିବସ ଅବସରରେ ରାଜଭାଷା ପକ୍ଷ ପାଳନ କରାଯାଉଛି। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିବା । ପୂର୍ବତଟ ରେଳପଥର ବିଭିନ୍ନ ବିଭାଗରେ 'ସ୍ୱତନ୍ତ୍ର ଯୋଗାଯୋଗ ଅଭିଯାନ' ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜଭାଷା କର୍ମଚାରୀମାନେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀ ଦିବସ ଓ ପଖୱାଡା ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ସରକାରୀ ଭାଷାରେ - ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିଥିଲେ ।
ଏହା ବ୍ୟତୀତ ପ୍ରବନ୍ଧ, ବିତର୍କ, କ୍ଷୁଦ୍ରଗଳ୍ପ ଲେଖା ଏବଂ ନୋଟିଙ୍ଗ୍ ଏବଂ ଡ୍ରାଫ୍ଟିଙ୍ଗ୍ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିଲା ଯେଉଁଥିରେ ରାଜଭାଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଧିକାରୀ ଏବଂ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।
ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥର ରାଜଭାଷା ବିଭାଗ ଏକ କବି ସମ୍ମିଳନୀ ଆୟୋଜନ କରିଥିଲେ ଯେଉଁଠାରେ ଶ୍ରୀ ପ୍ରମୋଦ ସୋନି, ଶ୍ରୀ କିଶନ ଖଣ୍ଡେଲୱାଲ ଏବଂ ରାମ ଶଙ୍କର କିଶୋର ଶର୍ମାଙ୍କ ପରି ଜଣାଶୁଣା କବିମାନେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ କବିତା ମାଧ୍ୟମରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମନୋରଞ୍ଜନ କରାଇଥିଲେ ।
ଏହି ଉଦଯାପନୀ ଉତ୍ସବ ଅବସରରେ ରେଳପଥର ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ । ଉପମୁଖ୍ୟ ରାଜଭାଷା ଅଧିକାରୀ ଶ୍ରୀ ଆଶୁତୋଷ କୁମାର ଶୁକ୍ଲା ଏବଂ ରାଜଭାଷା ଅଧିକାରୀ ଶ୍ରୀମତୀ ୟଲୀନା ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଅର୍ଗସ ବ୍ୟୁରୋ : ଆସନ୍ତା ସପ୍ତାହରେ ଘୋଷଣା ହେବ ନୋବେଲ ପୁରସ୍କାର । ଉତ୍କୃଷ୍ଟ କାମ ପାଇଁ ୬ଟି କ୍ଷେତ୍ରରେ ଲୋକଙ୍କ ଦିଆଯିବ ବିଶ୍ବର ସର୍ବୋଚ୍ଚ ସମ୍ମାନ । ଅକ୍ଟୋବର ୩ ତାରିଖରେ ନୋବେଲ ପୁରସ୍କାର ଘୋଷଣା ହେବ ।
ଅଧିକ ପଢନ୍ତୁ ଭାରତ ଖବର
୬ ଦିନ ମଧ୍ୟରେ ବିଶ୍ବକୁ ମିଳିଯିବ ସାହିତ୍ୟ, ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ, ଅର୍ଥଶାସ୍ତ୍ରଓ ମେଡିସିନ ଆଦି କ୍ଷେତ୍ରରେ ଉତ୍କୃଷ୍ଟ କାମ ଚୟନ ହୋଇଥିବା ବ୍ୟକ୍ତିତ୍ବ । ନୋବେଲ ପୁରସ୍କାର ହେଉଛି ବିଶ୍ବର ସବୁଠାକୁ ସମ୍ମାନ ଜନକ ଆଓ୍ବାର୍ଡ । ୬ଟି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଏହି ପୁରସ୍କାର ମିଳିଥାଏ । ୧୯୦୧ରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।