ଏହି କାହାଣୀରେ ତନିସ ଛୋଟ ପିଲାଟିଏ । କିନ୍ତୁ କାହାଣୀର ମୁଖ୍ୟ ଚରିତ୍ର ଭାବେ ସେ ରହିଥିବାବେଳେ ନିଜ ଭିତରେ ନିଜେ ହଜିଯାଇଛି । ମାନସିକ ଦ୍ୱନ୍ଦ୍ୱରେ ପଡି ଯାଇ ଏକ ବିଶାଳ ଅନୁଶୋଚନାକୁ ବହି ଚାଲିଛନ୍ତି । ଆଉ ଏହି ଅନୁଶୋଚନା ଓ ଅଣନିଶ୍ଵାସୀର ଅଳନ୍ଦୁ ଭିତରୁ ବାହାରିବା ପାଇଁ ସଂଘର୍ଷ କରୁଛି ହେଲେ ସେଥିରୁ ମୁକୁଳି ପାରୁନାହାନ୍ତି । ଏମିତି ଏକ ସଂଘର୍ଷର କାହାଣୀ , ଏକ ଦାର୍ଶନିକ, ମନସ୍ତାତ୍ତ୍ୱିକ ବିଶ୍ଳେଷଣର ସମାହାର ହେଉଛି ‘ମନସ୍କ’ । ଯେଉଁଥିରେ ଶେଷରେ ଏକ ସ୍ୱତନ୍ତ୍ର ଚରିତ୍ରରେ ଚୌଧୁରୀ ବିକାଶ ଦାସ ଅଭିନୟ କରି ଚଳଚିତ୍ରର ମୋଡ ବଦଳାଇଛନ୍ତି ।
ଆଉ ଏହି ମୋଡ ଭିତରେ ଅନ୍ୟମନସ୍କ ନାୟକ କିଭଳି ମନସ୍କ ହେଉଛନ୍ତି ତାହା ଦର୍ଶକ ଦେଖିବାକୁ ପାଇବେ । ଚଳଚ୍ଚିତ୍ରଟି ଯେତିକି ଶିକ୍ଷଣୀୟ, ଏହାର କାହାଣୀ ମଧ୍ୟ ସେତିକି ନିଆରା । ତେଣୁ ଏହି ନିଆରା କାହାଣୀ ଓଡ଼ିଆ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେବ ବୋଲି ଆଶା ରଖିଛନ୍ତି ନିର୍ଦେଶକ ।
ଆହୁରି ମନୋରଞ୍ଜନ ଖବର ପଢନ୍ତୁ