ସବୁଠାରୁ ବଡ଼ କଥା ହେଲା, କାହାଣୀରେ ସଙ୍ଗୀତକୁ ଅଧିକ ଗୁରୁତ୍ବ ମିଳିଛି । ସିନେମାରେ ୬ଟି ଗୀତ ରହିଥିବା ବେଳେ ଗୁଡଲୀ ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେହିଭଳି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସାଉଥ୍ ସିନେମାର ପ୍ରଖ୍ୟାତ ନିର୍ଦ୍ଦେଶକ ରବି ରୟାଲ । ଏ ସଞ୍ଜୁଙ୍କ ପ୍ରଯୋଜିତ ଏହି ସିନେମାରେ ରାଜଶେଖର ସହ ପ୍ରଯୋଜକ ଥିବା ବେଳେ ୟାଇ ରେଡ୍ଡୀ କ୍ୟାମେରା, ଚିତ୍ତରଞ୍ଜନ ଆଚାର୍ଯ୍ୟ ପ୍ରଡକ୍ସନ ଡିଜାଇନର ଓ ପ୍ରଣୟ ଜେଠି କ୍ରିଏଟିଭ ହେଡ ଭାବେ ଦାୟିତ୍ଵ ତୁଲାଉଛନ୍ତି ।
ଓଡ଼ିଆ ସିନେମାରେ ପୁଞ୍ଜି ନିବେଶ କରିବାକୁ ଓଡ଼ିଆ ପ୍ରଯୋଜକ ପଛଘୁଞ୍ଚା ଦେଉଥିବା ବେଳେ ଏଥିରେ ଦକ୍ଷିଣ ଭାରତ ଓ ବମ୍ବେରୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଯୋଡ଼ି ଦେଖିବାକୁ ମିଳିଛି । ଯାହାକି ସିନେମାର ଗୁରୁତ୍ବ ଆହୁରି ବଢାଇ ଦେବା ସହ ମୌଳିକ ଓଡ଼ିଆ କାହାଣୀ ବଡ଼ ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି । ଆସନ୍ତା ଜାନୁଆରୀରୁ ସିନେମାର ସୁଟିଂ ଆରମ୍ଭ ହେବ। ଭୁବନେଶ୍ୱର, ଗଡ ମଧୁପୁର, କୋରାପୁଟ, ଜୟପୁର, ରାୟଗଡ଼ା ଓ ବମ୍ବେରେ ସିନେମାର ସୁଟିଂ ହେବ ବୋଲି ଜଣାପଡିଛି । ଓଡିଶା ରୁ ଅଭିନେତ୍ରୀ ଭୂମିକା ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ଅତିଶିଘ୍ର ବଲିଉଡ୍ ଓ ଓଲିଉଡ୍ କଳାକାର ଚୟନ କରାଯିବ ବୋଲି କ୍ରିଏଡିଭ୍ ହେଡ୍ ଶ୍ରୀ ଜେଠୀ ସୂଚନା ପ୍ରଦାନ କରିଛନ୍ତି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।