ଟୀକାକୃତ ସଦସ୍ୟଙ୍କ ସହ ଉପଯୁକ୍ତ କୋଭିଡ ଗାଇଡଲାଇନ ଏବଂ ପ୍ରୋଟୋକଲ ସହ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଲୋକ ନୃତ୍ୟ, ହୋଲି ରଙ୍ଗ ଖେଳ ଏବଂ ସୁନ୍ଦର ଟେଷ୍ଟଫୁଲ୍ ଓଡିଆ ରୋଷେଇ ଅନ୍ତର୍ଭୁକ୍ତ । ପିଲାମାନେ ଏହି ଉତ୍ସବକୁ ଓ ଆମର ସଂସ୍କୃତି ଅଧିକ ଉପଭୋଗ କରିଥିଲେ । ସମସ୍ତ ସଦସ୍ୟ ମହାପ୍ରଭୂ ଜଗନ୍ନାଥଙ୍କୁ ସମଗ୍ର ବିଶ୍ଵରେ ଶାନ୍ତି, ପ୍ରେମ ଏବଂ ସହାର୍ଦ୍ଦ୍ୟ ପାଇଁ ପ୍ରାର୍ଥନା କରିଥିଲେ ଏବଂ ପରସ୍ପରକୁ ରଙ୍ଗ ଏବଂ ଶୁଭେଚ୍ଛା ଜଣାଇଥିଲେ ।
ବାହାରିନରେ ହୋଲି ଖେଳିଲେ ଓଡିଆ

ଅର୍ଗସ ବ୍ୟୁରୋ: ବାହାରିନ ଓଡ଼ିଆ ସମାଜର ସଦସ୍ୟମାନେ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ସାରରେ ଅବସ୍ଥିତ ବାସଭବନରେ ପବିତ୍ର ଦୋଳ ପୂର୍ଣ୍ଣିମା ଏବଂ ହୋଲି ପାଳନ କରିଥିଲେ । ଯାହା ବିଦେଶୀ ମାଟିରେ ଓଡ଼ିଆ ସଂସ୍କୃତିକୁ ଅତି ସୁନ୍ଦର ଭାବେ ପ୍ରତିଫଳିତ କରିଥିଲା ।
Download Argus News App
