ଭିଡିଓରେ ସେ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ଭଉଣୀ ଅର୍ଥାତ ଦେଢଶାଶୁ ରିତା ତାଙ୍କୁ ମାଇକିନା ବୋଲି କହିଥିଲେ ଓ ସେ ସେହି କଥା ତାଙ୍କ ପତ୍ନୀ ମିତାଙ୍କୁ କହିବାରୁ ତାଙ୍କ ପତ୍ନୀ କହିଥିଲେ ସେ କହିବ, କହିଛି ଭଲ କରିଛି। ମୁଁ ତାକୁ କହିଥିଲି ତାକୁ କହିବାକୁ। ସେ ଦୁଇ ଭଉଣୀଙ୍କ ଯୋଗୁଁ ମୁଁ ମରୁଛି। ଏଇଟା ମୋ ପିଲାମାନଙ୍କୁ ନ୍ୟାୟ ଦେବ। ମୋ ମରିବାରେ କିଏ ଦାୟୀ ରହିବ ସମସ୍ତେ ବିଚାର କରିବେ। ଆଜି ଯାଏଁ ମୋ ସ୍ତ୍ରୀ ମୋ କଥା ମାନିଲାନି, ତା ଭଉଣୀ କଥାରେ ପଡି ମୋତେ ବ୍କାକେମେଲିଙ୍ଗ କଲା। ତାହ ସହ ଅନେକ ଅଶାନ୍ତି ରହୁଛି, ତେଣୁ ମୁଁ ଏହି ପଦକ୍ଷେପ ନେବାକୁ ଯାଉଛି।
ମୃତ ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମେଇଁ ଗ୍ରାମର ରମେଶ ଚନ୍ଦ୍ର ଜେନା। ଏହି ଅଭାବନୀୟ ଘଟଣା ଘଟିବା ପରେ ଗାଁରେ ବେଶ୍ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସୁଦ୍ଧା ଏନେଇ ବାଣପୁର ଥାନାରେ କୌଣସି ଅଭିଯୋଗ ଦାଏର ହୋଇ ନଥିବା ଜଣାପଡିଛି ।