ଭୁବନେଶ୍ବର, ୦୩।୦୪- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ତାମିଲନାଡୁର ତିରିପୁର୍ ଅଞ୍ଚଳରେ ପସି ରହିଥିବା ୨୫ ଜଣ ଓଡିଆ ଶ୍ରମିକଙ୍କ ପାଖରେ ଆଜି ଖାଦ୍ୟ ସାମଗ୍ରୀ ପହଞ୍ଚିଛି। ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ତିରୁପୁର ଜିଲ୍ଲାପାଳଙ୍କୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, କରୋନା ଲକ୍ଡାଉନ ଯୋଗୁ ତାମିଲନାଡୁର ତିରିପୁର୍ ଅଞ୍ଚଳରେ ୨୫ ଜଣ ଓଡିଆ ଶ୍ରମିକ ଭୋକ ଉପାସରେ ଫସି ରହିଛନ୍ତି। ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନେ ଖାଦ୍ୟ ସାମଗ୍ରୀ ପାଇଁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ। ଅନୁରୋଧ କ୍ରମେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ତିରୁପୁର ଜିଲ୍ଲାପାଳ କେ. ଭିଜୟକାର୍ତ୍ତିକେୟନଙ୍କୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ତୁରନ୍ତ ଫସି ରହିଥିବା ଓଡିଆଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ରାସନ୍, ଡାଲି ଏବଂ ପନିପରିବା ଯୋଗାଇ ଦେଇଛନ୍ତି।
ଭୋକ ଉପାସରେ ଫସି ରହିଥିବା ଓଡିଆ ମନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ଶ୍ରୀ ପଣ୍ଡା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡିଆ ଶ୍ରମିକମାନେ ଶ୍ରୀ ପଣ୍ଡାଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି।
