ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ରାଜ୍ୟର ୨ ହଜାର ୯୫୩ ସେଣ୍ଟରର ପରୀକ୍ଷା କେନ୍ଦ୍ରରେ ବସିବେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୭ ଶହ ନୋଡାଲ ସେଂଟର କରାଯାଇଛି । ବୋର୍ଡ ଅନୁସାରେ ମାଟ୍ରିକ୍ ପରୀକ୍ଷା ସକାଳ ୧୦ଟାରୁ ଏବଂ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅପରାହ୍ନ ୨ଟାର ଆରମ୍ଭ ହେବ । ମାଟ୍ରିକର ସବୁ ବିଷୟ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ୩୦ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଗଣିତ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୪୫ରେ ସରିବ ।
ନୂଆ ଯୋଜନା ଅନୁସାରେ ଚଳିତବର୍ଷ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦିନ ସକାଳ ୬ଟାରୁ ୮.୩୦ ମଧ୍ୟରେ ପହଞ୍ଚିବ । ଚଳିତବର୍ଷ ତିନି ଲେୟାର ବିଶିଷ୍ଟ ପ୍ରଶ୍ନପତ୍ର ପ୍ରଚଳନ କରାଯାଉଛି। ପ୍ରଥମ ଲେୟାରଟି ଜଣେ ଓଏଏସ୍/ଓଇଏସ୍/ଓଏଫ୍ଏସ୍ ସ୍ତରର ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇ ଖୋଲାଯିବ । ଦ୍ୱିତୀୟ ଲେୟାରଟି ୯. ୪୫ମିନିଟ୍ରେ ପରୀକ୍ଷା ହଲ୍ରେ ଇନ୍ଭିଜିଲେଟର ଓ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଖୋଲାଯିବାକୁ ଥିବା ବେଳେ ତୃତୀୟ ଲେୟାର ପେପେର ସିଲ୍ ପରୀକ୍ଷାର୍ଥୀ ଠିକ୍ ୧୦ଟାରେ ଖୋଲି ପରୀକ୍ଷା ଦେବେ । ଏବର୍ଷ ପ୍ରଶ୍ନପତ୍ର ପଢ଼ିବାକୁ ପିଲାଙ୍କୁ ଅତିରିକ୍ତ ସମୟ ମିଳିବ ନାହିଁ ।
ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାଟ୍ରିକ୍ ରେଗୁଲାରରେ ୫ଲକ୍ଷ ୪୫ହଜାର ୩୬୪ଜଣ, ଏକ୍ସ ରେଗୁଲାରରେ ୨୫ହଜାର ୮ଜଣ, ପତ୍ରବିନିମୟ(ସିସି) ରେଗୁଲାର ୨୧୦୬ଜଣ, ପତ୍ରବିନିମୟ(ସିସି) ଏକ୍ସ ରେଗୁଲାରରେ ୨୧୧ଜଣ ନାମ ପଞ୍ଜୀକରଣ କରିଛନ୍ତି । ମଧ୍ୟମା ପାଇଁ ମୋଟ ୩ହଜାର ୯ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ପାଇଁ ୧୨ହଜାର ୧୨ଜଣ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି । ମାଟ୍ରିକ୍ ପାଇଁ ମୋଟ ୨୮୩୦ଟି, ମଧ୍ୟମା ପାଇଁ ୪୪ଟି ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୯ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି ।
ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଖୁସି ଖବର । ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର ବହୁତ ଭଲ ରହିଛି । ଯାହାକି ବିଶ୍ବର ସର୍ବୋଚ୍ଚ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାର ଏହି ଗତିକୁ ନିରନ୍ତର ବଜାୟ ରଖାଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ।
ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି 7.6 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ପୋଗ୍ରାମ ଏବଂ ଅନ୍ୟ ଯୋଜନା ପାଇଁ ଦେଶରେ ଉତ୍ପାଦନ ବଢ଼ିଛି । ଦେଶ ଅର୍ଥନୀତିରେ ଏହି ଉତ୍ପାଦନର ଯୋଗଦାନ ୧୩.୯ ପ୍ରତିଶତ ଥିବା ସେ କହିଛନ୍ତି । ସେପଟେ 2026 ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ ଇକୋନୋମିର 20 ପ୍ରତିଶତ ଅବଦାନ ରହିବ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲାରେ ଲୋକସଭାର ସଦାଚାର ବା ଏଥିକ୍ସ କମିଟି ରିପୋର୍ଟ ଆଜି ଆଗତ ହେବାର ସମ୍ଭାବନା ରହିଛି। ରିପୋର୍ଟ ଉପସ୍ଥାପନ ହେବା ପରେ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପାଇଁ ପ୍ରସ୍ତାବ ଅଣାଯିବ। ବିରୋଧୀ ଏହି ରିପୋର୍ଟ ଉପରେ ବିଭାଜନ ଦାବି କରିପାରନ୍ତି, ତେଣୁ ଆଜି ଗୃହରେ ରହିବାକୁ ବିଜେପି ନିଜ ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି। ମହୁଆ ମୈତ୍ରଙ୍କ ବହିଷ୍କାର ସମ୍ପର୍କିତ ଏଥିକ୍ସ କମିଟିର ରିପୋର୍ଟ ଡିସେମ୍ବର ୫ରେ ଲୋକସଭାରେ ଉପସ୍ଥାପିତ ହେବାର ଥିଲା। ମହୁଆ ପ୍ରସଙ୍ଗରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ହଙ୍ଗାମା ହୋଇଥିଲା। ମହୁଆ ମୈତ୍ର ପ୍ରସଙ୍ଗରେ ଗତକାଲି ମଧ୍ୟ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ 3ଟି ରାଜ୍ୟରେ ଜିତିଥିବା ବିଜେପି, ମୁଖ୍ୟମନ୍ତ୍ରୀ ବାଛିବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଆଜି ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ ବିଜେପି। ଏହାର ଅର୍ଥ 3 ରାଜ୍ୟ ପାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାକୁ ଯାଉଛି। ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଛି ବିଜେପି। ସେହିପରି ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରି କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି।
ଅଧିକ ପଢ଼ନ୍ତୁ ଦେଶ ଖବର: