ଭୁବନେଶ୍ୱର: ଜୁନ ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ନପାଇବାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ତ୍ୱରିତ ପଦକ୍ଷେପ ନେଇଥିବା କୁହାଯାଉଛି । ଅନ୍ୟପଟେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ୍ ୩ରେ ପ୍ରକାଶ ପାଇସାରିଛି । ରଜ ପରେପରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଥିଲା । କିନ୍ତୁ ରେଜଲ୍ଟ ଜୁନ ୨୧ରେ ପ୍ରକାଶ ପାଇବ ।
ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ନୈରାଶ୍ୟଜନକ ଥିଲା । ପୂର୍ବ ବର୍ଷ ଅପେକ୍ଷା ଏଥର ପାସ ହାର ମଧ୍ୟ କମ୍ ଥିଲା । ଏହାସହ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ଥିଲା । ସେହିଭଳି କଳା, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଛି ।
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ସରିଥିବା ବେଳେ ଆଜି ଆସିବ ମିଜୋରାମର ଫଳ। ୪୦ସିଟ୍ ପାଇଁ ଆଜି ହେବ ଭୋଟ ଗଣତି । ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର ।
ଏନେଇ ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଦିନକ ପରେ ଭୋଟ ଗଣତି କରିବାକୁ କହିଥିଲେ । ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଥିବାରୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର