ଗଜପତି: ଜଣେ ୭ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ହୋଇଛି । ପାରଳାଖେମୁଣ୍ଡିର ୭ ବର୍ଷର ଏହି ଶିଶୁକୁ ୭୦ ବର୍ଷିୟ ବୃଦ୍ଧ ଅସାଦାଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଲଜ୍ଜ୍ୟାନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନୁଆଁ କାମ୍ପସାହିରେ । ଦୁଇରୁ ତିନିଦିନ ହେଲା ଅଭିଯୁକ୍ତ ବାରିକ ପ୍ରଧାନ ନାତୁଣି ନାତୁଣି କହି ଚକଲେଟ ଦେଇ ମଜାଳିଆ ଭାବରେ ଡାକିନେଇ ଅସାଦାଚରଣ କରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ମଧ୍ୟ ସମାନ ଢଙ୍ଗରେ ଡାକି ଅସାଦାଚରଣ କରିଥିଲେ ।
ଏହାପରେ ନାବାଳିକା ଜଣକ ଘରକୁ ଯାଇ କାନ୍ଦି କାନ୍ଦି କହିବା ପରେ ଉଭୟ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଏହାସହ ପରେ ପୀଡିତାଙ୍କ ପରିବାର ପକ୍ଷରୁ ବିଳମ୍ବିତ ରାତ୍ରିରେ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରିବା ସହ ଅଧିକ ତଥ୍ୟ ପାଇଁ ତାର ତଦନ୍ତ ଜାରି ରଖିଛି ବୋଲି ଏସଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗକୁ ଗୋଚାଲାଣ ବେଳେ ଗୋରୁ ଭର୍ତି 2ଟି ପିକଅପ ଭ୍ୟାନ ଜବତ l 50ରୁ ଉର୍ଦ୍ଧ ଗୋରୁ ଉଦ୍ଦାର l 57ନମ୍ବର ରାଜ୍ୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ନହରା ଗାଁ ଭିତରୁ ରୁ ଜବଦ କରିଛି କମାର୍ଦ୍ଦl ପୋଲିସ l ସମସ୍ତ ଗୋରୁ କୁ ଉଦ୍ଦାର କରି ବାଲେଶ୍ୱର ବାମପଦା ଗୋଶାଳାକୁ କୁ ସ୍ଥାନାନ୍ତର l ଜଣେ ଡ୍ରାଇଭର କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର l ପିକଅପ ଭ୍ୟାନ ଜବତ କରି ଅଧିକ ତଦନ୍ତ କରୁଛି କାମର୍ଦ୍ଦl ପୋଲିସ। ବାରମ୍ୱାର ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସରକାରଙ୍କ ବିରୋଧରେ ମୁହଁ ଖୋଲିବାରୁ ଜଣେ ମହିଳାଙ୍କୁ ପଡ଼ିଲା ମହଙ୍ଗା। ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଭାରତୀ ସିଂ ନାମକ ଜଣେ ମହିଳା। ସେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଚଳିତ ମାସ ୧୫ ତାରିଖରେ କାର୍ଯ୍ୟରୁ ଅବହେଳା ଦର୍ଶାଇ ୩ମାସ ପାଇଁ ନିଲମ୍ବନ କରାଯାଇଛି । ଗତ ୧୧ତାରିଖରେ ଭୁବନେଶ୍ୱର ଲୋଆର ପିଏମଜି ସମ୍ମୁଖରେ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଦାବିନେଇ ହଜାର ହଜାର ସଂଖ୍ୟାରେ ବ୍ୟାଙ୍କ ମିତ୍ର ମାନଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ତେବେ ସେହି ବିକ୍ଷୋଭ ରେ ଭାରତୀ ସିଂ ଗଣମାଧ୍ୟମରେ ଦେଇଥିବା ଏକ ପ୍ରତିକ୍ରିୟା ହିଁ ତାଙ୍କୁ ଚାକିରୀ ରୁ ନିଲମ୍ବିତ କରାଯିବାର କାରଣ ବୋଲି ସେ କହିଛନ୍ତି । ସେଠାରୁ ଫେରିବା ପରେ ଗତ ୧୫ ତାରିଖରେ ଏକ ବୈଠକ ଗକାଯାଇ ସେଠାରେ ତାଙ୍କୁ ୩ ମାସ ନିଲମ୍ବିତ କରାଯାଇଥିବା ନେଇ ନୋଟିସ ଦିଆଯାଇଥିଲା । ତେବେ ଭାରତୀ ସିଂ ଙ୍କ କହିବା ମୁତାବକ ଏହା ସଂପୂର୍ଣ୍ଣ ମିଥ୍ୟା , ଯଦି ସେ ଏତେସବୁ ଭୁଲକାମ କରୁଥିଲେ ତେବେ ତାଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କୁ କାହିଁକି ଥରେ ହେଲେ ଏନେଇ ଅବଗତ କରାଯାଇନାହିଁ ଏବଂ ସବୁଠାରୁ ବଡକଥା ହେଉଛି କାର୍ଯ୍ୟରେ ଏତେ ଅବହେଳା କରୁଥିବା ଜଣେ କର୍ମଚାରୀଙ୍କୁ କିପରି ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ମିଶନଶକ୍ତି ପକ୍ଷରୁ ପୁରଷ୍କୃତ କରାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: