ଭୁବନେଶ୍ୱର: ଦେଶର ଉଚ୍ଚଶିକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍ଥା ଦ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟିଜର ୯୩ ତମ ବାର୍ଷିକ ସାଧାରଣ ସଭା ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।
୧୬ ରୁ ୧୮ଫ୍ରେବ୍ରୁଆରୀ ପର୍ଯ୍ୟନ୍ତି ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟିରେ ଏହି ସମ୍ମିଳନୀ ଆୟୋଜନ ହେବ । ଦେଶର ୨ଶହ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ କୁଳପତି ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକରୁଥିବା ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ଶିକ୍ଷାର ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ।
ଏହି ଅବସରରେ ଅଟୋନାମି ଫର ଏକ୍ସଲେନ୍ସ ଇନ ହାୟର ଏଜୁକେସନ ଶୀର୍ଷକ ଜାତୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ । ଦେଶର ଉନ୍ନତି ଏବଂ ବିକାଶ ପାଇଁ ଶିକ୍ଷା କ୍ଷେତ୍ରକୁ ଦୃଢ଼ୀଭୂତ କରିବାର ଆବଶ୍ୟକତା ଥିବାରୁ ଏଭଳି ସମ୍ମିଳନୀ ଉଦଘାଟନୀ କାର୍ଯ୍ୟକ୍ରମରେ ସ୍କିଲ ଡେଭଲପମେଂଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ଉଦଘାଟନୀ ଉତ୍ସବରେ ସୋଆ କୁଳପତି ଅମିତ ବାନାର୍ଜୀ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ । ଏହି ୩ଦିନିଆ ସମ୍ମିଳନୀରେ ଦେଶର ବଭିନ୍ନ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୨୦୦ କୂଳପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କ ବ୍ୟତୀତ ଏମଏଚଆରଡି, ୟୁଜିସି, ଏଆଇସିଟିଇ, କାଉନ୍ସିଲ ଅଫ ଆର୍କିଟେକ୍ଚର ଏବଂ ବିଭିନ୍ନ ଉଚ୍ଚଶିକ୍ଷା ବିଭାଗର କର୍ମକର୍ତ୍ତା ମଧ୍ୟ ଯୋଗ ଦେବେ ।
ବିଶ୍ୱବିଦ୍ୟାଳୟ ଗୁଡିକ ବିଶ୍ୱସ୍ତରରେ ଆଦୃତ ଲାଭ କରିବା ପାଇଁ ଯେଉଁସବୁ ଫ୍ୟାକ୍ଟରର ଆବଶ୍ୟକତା ରହିଛି ସେହି ପ୍ରସଙ୍ଗରେ ବିଶେଷ ଭାବେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।
