
କନ୍ଧମାଳ: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ସ୍ଥିତ ସୁଲୁମାହା ଘାଟିରେ ଶୁକ୍ରବାର ସନ୍ଧ୍ୟା ୮ଟା ସମୟରେ ଟ୍ରାକ୍ଟର ବାଇକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବ ୨ଜଣ ମଧ୍ୟରୁ ଜଣେ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି । ଏହାସହ ଅନ୍ୟ ଜଣକୁ ବ୍ରହ୍ମପୁର ମେଡିକାଲ ନେବା ବେଳେ ମୃତ୍ୟୁ ଘଟିଥିଲା । ମୃତ ନାବାଳକ ଜଣକ ହେଲେ ଡାବୁଲୁମାହା ଗ୍ରାମର ସିଦ୍ଧାନ୍ତ ପ୍ରଧାନଙ୍କ ପୁଅ ସୁଭମ ପ୍ରଧାନ(୧୦) ଓ ସୁଭମ ପ୍ରଧାନଙ୍କ ଦାଦା କୀଲୀୟନ ପ୍ରଧାନ(୨୨) ।
ସୁଭମ ପ୍ରଧାନ ଓ କୀଲୀୟନ ପ୍ରଧାନ ଦୁହେଁ କୌଣସି କାମରେ ଦାରିଙ୍ଗବାଡ଼ି ଆସି ନିଜ କାମ ସାରି ନିଜ ଘର ଡାବୁଲମାହାକୁ ଫେରୁଥିବା ସମୟରେ ଘରକୁ ପହଂଚିବାକୁ ଗୋଟାଏ କିଲୋମିଟର ବାଟ ଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହ ବାଇକର ମୁହାଁମୁହିଁ ଧକା ହୋଇଥିଲା ।ଘଟଣାକୁ ନେଇ କ୍ଷତି ପୁରଣ ଦାବିରେ ରାସ୍ତାରେ ଶବ ରଖି ଡାବୁଲମାହା ଲୋକେ ଜାତୀୟ ରାଜପଥ ୫୯ ଅବରୋଧ କରି ମୃତକ ପରିବାରକୁ ୧୦ ଲକ୍ଷ କ୍ଷତି ପୂରଣ ଦାବି କରିବା ସହ ଦ୍ରୁତ ଗତିରେ ଯାଉଥିବା ଟ୍ରାକ୍ଟର ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

