
ପୁରୀ: ଓଲଟିଲା ଇଲେକ୍ଟ୍ରି ଖୁଣ୍ଟ ବୋଝେଇ ଟ୍ରାକ୍ଟର। ଜଣେ ମୃତ, ୧୨ ଗୁରୁତର। ସେପଟେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ। ମୃତକ ହେଉଛନ୍ତି ବାବୁଲି ବରାଳ । ଏହି ଦୁର୍ଘଟଣା ଘଟିଛି ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଁଝେଇପଡା ଓ ଶୁକଳ ମଝି ରାସ୍ତାରେ । ମୃତ ଓ ଆହତ ବ୍ୟକ୍ତିମାନେ ହେଉଛନ୍ତି ଶୁକଳ ବଡପଡା ଗ୍ରାମର । ଆହତ ମାନଙ୍କୁ ଚିକିତ୍ସା ପାଇଁଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭତ୍ରୀ ହୋଇଛନ୍ତି। ଏନେଇ ଆଜି ସକାଳୁ ପୁରୀ ନିରାକାରପୁର ନୂଆ ଜଗନ୍ନାଥ ରାସ୍ତାରେ ଟାୟାର ଜାଳି ଶୁକଳ ଛକଠାରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ମୃତ ବ୍ୟକ୍ତିକୁ ୨୦ ଲକ୍ଷସହାୟତା ସହ ଆହତ ମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ଦାବିରେ ରାସ୍ତା ଅବରୋଧ କରିଛନ୍ତି।
ସୂଚନାନୁସାରେ, ବାତ୍ୟା ଫୋନିର ଏକ ମାସକୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଏହାର ସ୍ଥିତି ସୁଧୁରି ପାରିନାହିଁ । ସେପଟେ ଗ୍ରାମବାସୀମାନେ ବାରମ୍ୱାର ଅଭିଯୋଗ କଲେ ସୁଧା କେହି ଶୁଣୁନଥିବାବେଳେ, ଇଲେକଟ୍ରି କଣ୍ଟ୍ରାକ୍ଟର ଜେଇ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଗ୍ରାମର ଲୋକମାନେ ମିଶି ଖୁଣ୍ଟି ଆଣନ୍ତୁ ଆମେ ଇଲେକ୍ଟ୍ରି ଦେଇଦେବୁ । ଏନେଇ ଗ୍ରାମର 12 ଜଣ ଯୁବକ ଇଲେକ୍ଟ୍ରି ଖୁଣ୍ଟି ପାଇଁ ଯାଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ଯାହାଫଳରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀମାନେ । ମୃତ ବ୍ୟକ୍ତି ଜଣଙ୍କ ତାଙ୍କ ବାପା, ମାଙ୍କର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କର ଏଭଳି ବୃଦ୍ଧା ସମୟରେ ଆଶା ଭରସା କେହି ନଥିବା କହିଛନ୍ତି ଗ୍ରାମବାସୀମାନେ । ଏନେଇ ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ଗ୍ରମାବାସୀମାନେ ।
