କୁନି ଝିଅ ତୁଣ୍ଡରେ ରୁକୁଣା ରଥ ଗାଥା
ମଦୁଆ ପୁଅର ଉନ୍ମୁକ୍ତ କାଣ୍ଡ, କଳି ଯୋଗୁ ଘରେ ଲଗାଇଲା ନିଆଁ
ଅନୁଗୁଳ: ମଦୁଆ ପୁଅର ଉନ୍ମୁକ୍ତ କାଣ୍ଡ । ଘରୋଇ କଳିକୁ କେନ୍ଦ୍ର କରି ନିଜ ଘରେ ଅଧରାତିରେ ଲଗାଇଲା ନିଆଁ । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ପାଳଲହଡା ଥାନା କନ୍ତଳା ଗ୍ରାମର ଗୋରା ପ୍ରଧାନଙ୍କ ମଝିଆଁ ପୁଅ ଘରୋଇ କଳିକୁ କେନ୍ଦ୍ର କରି ଘରେ ସମସ୍ତେ ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଇଥିଲା । ଫଳରେ ଘରର ଆସବାବ ପତ୍ର ସହ ଛେଳି କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଯାଇଛି । ଦୁଇ ବଖରା ଘର ସମ୍ପୂର୍ଣ ଭାବେ ଜଳିଯାଇଛି । ଘଟଣା ସ୍ଥଳରେ ଗାଁ ଲୋକ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ ହୋଇପାରିନଥିଲା । ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
Download Argus News App
