ଭୁବନେଶ୍ୱର: ରାଜଧାନୀରେ ମାଡ଼ିଚାଲିଛି କରୋନା । ଆଜି ଭୁବନେଶ୍ୱରରୁ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୦ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ ସ୍ଥାନୀୟ ସଂକ୍ରମଣ ।
Update on newly detected & cured #COVID19 cases in the last 24 hrs under the BMC area on 28th July 2020(till 9am).
Further contact tracing is still continuing. Primary contacts & nearby houses are being quarantined, sanitised & will be under active surveillance. pic.twitter.com/vzOALYXVKZ — BMC (@bmcbbsr) July 28, 2020
ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ସ୍ଥାନୀୟ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ସଂକ୍ରମଣର ଗ୍ରାଫ ଉର୍ଦ୍ଧ୍ୱଗାମୀ ହେବାରେ ଲାଗିଛି ।
ଆଜି ନୂଆ ୨୧୫ ଆକ୍ରାନ୍ତଙ୍କ ସହ ରାଜଧାନୀରେ ମୋଟ ୨୩୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୦୯ ଆକ୍ଟିଭ୍ ମାମଲା ଥିବା ବେଳେ ୧୧୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ୧୩ ଜଣଙ୍କ ଜୀବନ ନେଲାଣି କରୋନା ।
