ଅନୁଗୁଳ: ସବୁ ସୁବିଧା ଥାଇ ମଧ୍ୟ ଅନୁଗୁଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ । ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି । ଦୁର୍ଗନ୍ଧରେ ଫାଟି ପଡ଼ୁଛି ପୁରା ଅଞ୍ଚଳ । ସରକାରୀ ଓ ବେସରକାରୀ ସ୍ତରରେ 150 ଜଣ ସଫେଇ କର୍ମଚାରୀ ନିଯୁକ୍ତି ହୋଇଥିଲେ ମଧ୍ୟ କାମ ଶୂନ । ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଶୁଣିବାକୁ କେହି ନାହିଁ । ଡ୍ରେନ୍ରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ରାସ୍ତାରେ କ୍ରୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦେଖିଲେ ଲାଗୁଛି ଯେମିତି ତାହା ରାସ୍ତା ନୂହେଁ କେନାଲ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଫଳ ଶୂନ୍ । ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରଚାରିତ ହୋଇସାରିଥିଲେ ମଧ୍ୟ ପ୍ରଶାସନ ସ୍ଥାଣୁ ।
ସୂଚନା ଅନୁଯାୟୀ, ସହରରେ ଡ୍ରେନେଜ୍ ସୁବିଧା ଥିଲେ ମଧ୍ୟ ଏହାର ସଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ବପର୍ଯ୍ୟସ୍ଥ ହୋଇପଡ଼ିଛି । ଡ୍ରେନ୍ରେ ଅଳିଆ ଆବର୍ଜନା ରହିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ଅନେକ ଦିନ ଧରି ଡ୍ରେନ୍ରେ ପାଣି ଜମି ରହିବା ସହ ପଚାଶଢ଼ା ପାଣି ଏବେ ରାସ୍ତାରେ ମାଡ଼ିଲାଣି । ଏହାର ଦୁର୍ଗନ୍ଧରେ ସ୍ଥାନୀୟ ଲୋକମାନେ ସେପଟେ ଯାଆଆସ କରିବାକୁ ମଧ୍ୟ ନାକ ଟେକୁଛନ୍ତି ।
ସେପଟେ ମୌସୁମୀ ବର୍ଷା ଏହି ସମସ୍ୟାକୁ ଦ୍ୱିଗୁଣ କରୁଛି । ଅସରାଏ ବର୍ଷା ହେଲେ ନାଳ ନର୍ଦ୍ଦମା ପାଣି ରାସ୍ତାରେ ଏତେ ମାତ୍ରାରେ ମାଡ଼ୁଛି ଯେ, କହିଲେ ନସରେ । ଯାହା କି ଏକ ପ୍ରକାର କୃତ୍ରିମ ବନ୍ୟା ସୃଷ୍ଟି କରୁଛି ।
ତେବେ ସୂଚନା ଅନୁଯାୟୀ, ଜବରଦଖଲ କାରଣରୁ ଡ୍ରେନ୍ ଗୁଡ଼ିକର ସଫେଇ କାର୍ଯ୍ୟରେ ବାଧା ଉପୁଜୁଛି । ସହର ଭିତରେ ଜଳ ନିଷ୍କାସନ ପାଇଁ ୩୦ କିଲାମିଟର ଡ୍ରେନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ସେଗୁଡ଼ିକ ଏବେ ଅଦରକାରୀ ଭଳି ପଡ଼ି ରହିଛି ।
ଏଥିପାଇଁଁ କିଏ ଦାୟୀ ? ଯେଉଁମାନେ ଜବରଦଖଲ କରି ରଖିଛନ୍ତି ନା ସ୍ଥାନୀୟ ପ୍ରଶାସନ ଦାୟୀ ? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ଅନୁଗୁଳ ସହରବାସୀ । ଯଦି ଖୁବ୍ଶୀଘ୍ର ଏହାର ପୁନରୁଦ୍ଧାର କରାନଯାଏ, ତେବେ ମୌସୁମୀ ବର୍ଷା ପରିମଳ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିଗାଡ଼ିଦେବ ।
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ସରିଥିବା ବେଳେ ଆଜି ଆସିବ ମିଜୋରାମର ଫଳ। ୪୦ସିଟ୍ ପାଇଁ ଆଜି ହେବ ଭୋଟ ଗଣତି । ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର ।
ଏନେଇ ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଦିନକ ପରେ ଭୋଟ ଗଣତି କରିବାକୁ କହିଥିଲେ । ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଥିବାରୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର