ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ତେଣୁ ସୁରକ୍ଷା ବଳୟ ଭିତରେ ବିଧାନସଭା। ଡ଼ିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ ମାନେ ବିଧାନସଭା ପରିସରରେ ସ୍ଥିତି ଯାଞ୍ଚ କରିଛନ୍ତି। ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ଵର ଡିସିପିଙ୍କ ତତ୍ତ୍ଵାବଧନରେ ରହିବ ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଲାଗି 30 ପ୍ଲାଟୁନ ପୋଲସ ଫୋର୍ସ ମୁତୟନ ହେବେ। 6 ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭାଇଜ କରିବେ।
100 ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ଭୁବନେଶ୍ଵର ଡିସିପିଙ୍କ ତତ୍ତ୍ଵବଧାନରେ 6 ଅତିରିକ୍ତ ଡିସିପି,19 ଜଣ ଏସିପି, 20 ଇନିସ୍ପେକ୍ଟର, 75 ଜଣ ଏସଆଇ, ରୁଫ ଟପ ସୁରକ୍ଷା ସହ ସିସିଟିଭିର କଡ଼ା ନଜରରେ ବିଧାନସଭା। ବିକ୍ଷୋଭ, ଆନ୍ଦୋଳନ, ରାଲି, ଧାରଣା ଆଦି ନିୟନ୍ତ୍ରଣ ପାଇଁ 5 ଟି କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି। ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ ରେସ୍ପନ୍ସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ ମଧ୍ୟ ରହିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: