ଭୁବନେଶ୍ୱର: ନେଭା ଏବଂ ଓଡ଼ିଶା ଷ୍ଟେଟ ୱାଇଡ ନେଟୱାର୍କର କର୍ମକର୍ତ୍ତାଙ୍କ ସହ ବାଚସ୍ପତିଙ୍କ ରିଭ୍ୟୁ ମିଟିଙ୍ଗ କରିଛନ୍ତି । ରାଜ୍ୟ ବିଧାନସଭାରେ ରିଭ୍ୟୁ ମିଟିଙ୍ଗ ହୋଇଥିଲା । ଆଗାମୀ ୨୦ ଦିନ ମଧ୍ୟରେ ପୁରା ବିଧାନସଭାକୁ ୱାଇ -ଫାଇ କରାଯିବା ସହ ବିଧାନ ସଭା ମଧ୍ୟରେ ସମସ୍ତ ଫାଇଲର ମୁଭମେଣ୍ଟ ଅନଲାଇନ୍ ଯୋଗେ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି ।
ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ,ବିଧାନସଭାରେ ନିର୍ମିତ ନୂତନ ହଲରେ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତୀ ଲଗାଯିବ ବୋଲି ମଧ୍ୟ ବାଚସ୍ପତି କହିଛନ୍ତି ।
ୱାର୍କସ୍ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ବାଚସ୍ପତି ଆଲୋଚନା କରିଛନ୍ତି । ପୁରୀ ନୋଳିଆ ସାହି ଆଖପାଖ ଅଞ୍ଚଳରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ କୋଠାର ଅବସ୍ଥିତିକୁ ନେଇ ୱାର୍କସ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସମୟରେ ଏହି କୋଠା ନିର୍ମିତ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଏହି କୋଠା କାହା ଅଧିନରେ ରହିଛି ,କିପରି ଅବସ୍ଥାରେ ରହିଛି ,ସେ ବିଷୟରେ କୌଣସି ତଥ୍ୟ ନାହିଁ । ତେବେ ନିଜେ ପୁରୀ ଯାଇ ସେ କୋଠାର ଅବସ୍ଥିତିକୁ ଦେଖି ଆବଶ୍ୟକୀୟ ମରାମତି କରାଯାଇ ଗେଷ୍ଟ ହାଉସ କରାଯିବ ବୋଲି ମଧ୍ୟ ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ସୂର୍ଯ୍ୟ ପାତ୍ର

