ବାଲେଶ୍ୱର: ଶିଳ୍ପ ପାଇଁ ଚାଷୀଙ୍କୁ ବଳି । ଶିଳ୍ପ ପ୍ରତିଷ୍ଠା ହେବ ବିକାଶ ହେବ ଲୋକଙ୍କ ସ୍ବପ୍ନ ସାକାର ହେବ । ଏଭଳି ବହୁତ ସ୍ବପ୍ନ ଦେଖାଇ ଚାଷୀଙ୍କ ଜମିକୁ ଅଧିଗ୍ରହଣ କଲେ ରାଜ୍ୟ ସରକାର । ଏଥିପାଇଁ ଶହ ଶହ ଏକର ଚାଷ ଜମି ଏବେ ପଡ଼ିଆ ପଡ଼ିଛି ବାଲେଶ୍ବର ରେମୁଣା ନରହରିପୁରରେ । ଓଡିଶା ସରକାରଙ୍କ ଶିଳ୍ପ ଉନ୍ନୟନ ନିଗମ 2011 ମସିହାରୁ 11ଶହ ଏକର ଜମି ଅଧିଗ୍ରହଣ କରି ଲ୍ୟାଣ୍ଡ ବ୍ୟାଙ୍କ କଲେ । ସରକାରଙ୍କୁ ହସ୍ତାନ୍ତର କରାଗଲା ପରେ 9 ବର୍ଷରୁ ଅଧିକ ଦିନ ପରେବି ସାଧାରଣ ଲୋକଙ୍କ ଜମିର ଟଙ୍କା ମିଳିପାରିଲା ନାହିଁ । ଏପରିକି ଜିଲ୍ଲା ଭୁ-ଅର୍ଜନ ବିଭାଗ ଓ ଇଡ୍କୋ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଜମିର ମାଲିକାନାସତ୍ୱ ହରାଇଛନ୍ତି । ଫଳରେ ଅତ୍ୟାବଶ୍ୟକୀୟ ସମୟରେ ନିଜ ଜମି କିଣାବିକାରୁ ମଧ୍ୟ ବଂଚିତ ହେଉଛନ୍ତି ଚାଷୀ ।
ଏଭଳି ଭାବେ ଚାଷୀଙ୍କ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ବର୍ଷ ବର୍ଷ ହେବ ଚାଷୀଙ୍କ ଜମିକୁ ହଡପ କରି ବସିଛି ଶିଳ୍ପବିଭାଗ । ଏକଥା ଆମେ କହୁନାହୁଁ ବରଂ ବାଲେଶ୍ବର ରେମୁଣା ନରହରିପୁରର 11ଶହ ଏକର ଜମି ହରାଇଥିବା ଚାଷୀ କହୁଛନ୍ତି । ସେମାନଙ୍କ ଦୁଃଖ, କିଭଳି ସରକାରଙ୍କ ଉଦାସୀନତା ଯୋଗୁଁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ବାଲଗୋପାଲପୁର, ବାଙ୍ଗର ଗାଁ, କେଶପୁର, ବଉରପୁର ଆଦି ଅଂଚଳର 9 ଗୋଟି ମୌଜାରେ ଇଡ୍କୋ ପକ୍ଷରୁ 11ଶହ ଏକର ଚାଷଜମି ଶିଳ୍ପ ପାଇଁ ଅଧିଗ୍ରହଣ ନୋଟିସ କରାଗଲା । ନୋଟିସ ପରେ ଶହ ଶହ ଚାଷୀ ପରିବାର ଶିଳ୍ପର ବିକାଶ ପାଇଁ ଜମି ଛାଡିଲେ । ନୋଟିସ ପରେ ପ୍ରଶାସନର ବିଜ୍ଞପ୍ତି ଜାରି କରି ଚାଷୀଙ୍କୁ ଅଧିକ ଅଡ଼ୁଆରେ ପକାଇଲା ।
ଗତ 9 ବର୍ଷରୁ ଅଧିକ ହେବ ଏହି ଚାଷ ଜମି ପଡିଆ ପଡିଥିବା ବେଳେ ଚାଷୀଙ୍କୁ ବି ମିଳିଲାନାହିଁ ପ୍ରାପ୍ୟ । ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ପ୍ରଶାସନ ଚାଷୀଙ୍କ ଗୁହାରି କେହି ଶୁଣିଲେ ନାହିଁ କି ସମାଧାନ ରାସ୍ତା ବି ବାହାର କଲେନାହିଁ । ବାରମ୍ଭାର ଜମି ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଛି । ପରବର୍ତ୍ତୀ ସମୟରେ କ୍ଷତିପୂରଣ ଓ ଆନୁଷଙ୍ଗିକ ସହାୟତ ପ୍ରତିଶ୍ରୁତି ବି ମିଳୁଛି । ଜମି ମାଲିକମାନେ ଜମିର ମୁଲ୍ୟ ତ ପାଇବା ଦୂରର କଥା ଏପରିକି ଚାଷୀଙ୍କ ଜମିରେ ଇଡ୍କୋ ନୋଟିସ ଲଗାଇଥିବାରୁ ଲୋକେ କିଣା ବିକା ବି କରିପାରୁ ନାହାନ୍ତି ।
ଶିଳ୍ପର ବିକାଶ କଥା କହୁଥିବା ସରକାରର ଅସଲ ଚେହେରା ବାଲେଶ୍ବର ରେମୁଣାରୁ ଜଣାପଡିଛି । ପୂର୍ବତନ ରେମୁଣା ବିଧାୟକ ଗୋବିନ୍ଦ ଦାସ ବିଧାନସଭାରେ ପ୍ରସଙ୍ଗ ଉଠାଇଛନ୍ତି । ସରକାରଙ୍କ ନିକଟରେ ବାରମ୍ଭାର ଅଭିଯୋଗ ପରେ ବି ଚାଷୀଙ୍କ ଜମିର କ୍ଷତିପୁରଣ ମିଳିପାରିଲା ନାହିଁ କି ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ । ସେପଟେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏହାକୁ ହାଲୁକାଭାବେ ଗ୍ରହଣ କରିଛି ।
ମେକ ଇନ୍ ଓଡିଶା ଜରିଆରେ ସରକାର ରାଜ୍ୟରେ ଶିଳ୍ପର ବିକାଶ କଥା ଚିନ୍ତା କରୁଛନ୍ତି । କିନ୍ତୁ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସୃଷ୍ଟି ଖୋଦ କରୁଛନ୍ତି ରାଜ୍ୟ ସରକାର ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।