
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡା ଥାନା ଅନ୍ତର୍ଗତ ବିରମହରାଜପୁରଠାରେ ଉତ୍କଳ ଭାରତର ପଥପ୍ରାନ୍ତ ସଭାକୁ ପୁଣି ବିରୋଧ । ଗତକାଲି ସନ୍ଧ୍ୟା ସମୟରେ ନାରୀ ଉତ୍କଳ ଭାରତର ରାଜ୍ୟ ସଭାପତି ସାବିତ୍ରୀ ଜେନାଙ୍କ ନେତୃତ୍ୱରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଆଉ ପଥପ୍ରାନ୍ତ ସଭା ପାଇଁ ପରମିଶନ ମଧ୍ୟ ମିଳିଥିଲା । ହେଲେ ସେଠାକାର କିଛି ଲୋକ ଏହି ସଭାକୁ ବିରୋଧ କରିଥିଲେ ତାହାପୁଣି ଥାନା କର୍ମଚାରୀଙ୍କ ଉପସ୍ଥିତିରେ । ଏହି ସଭାକୁ ବିରୋଧ କରୁଥିବା ଲୋକମାନେ ବିଜେଡି ଦଳର ବୋଲି ଜଣାପଡ଼ିଛି ।

ଏନେଇ କିଛି ସମୟ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଠେଲାପେଲା ମଧ୍ୟ ହୋଇଥିଲା । ଲୋକଙ୍କର କହିବା କଥା ଯେ ତମେ ବିଜେଡି ସରକାରଙ୍କ ବିରୋଧରେ କିଛି କହିପାରିବନି। ଏକଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଓ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତର କର୍ମକର୍ତାଙ୍କୁ ସଭା କିଛି ସମୟ ପାଇଁ କରାଇବାକୁ ଦିଆଯାଇନଥିଲା। ଏନେଇ ଆମେ ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କ ସହ ଯୋଗାଯୋଗ କରିଥିଲୁ ।
