ବିଜେବି ନଗରରୁ ଆରମ୍ଭ ହୋଇଥିବା ବାଇକ ରାଲି ବିଜେବି କଲେଜ ପର୍ଯ୍ୟନ୍ତ ଆସିଥିଲା। ବାଟରେ ଖୋଲାଥିବା ଦୋକାନ ବନ୍ଦ କରିବା ସହ ଯାନବାହାନ ଚଳାଚଳ ବନ୍ଦ ପାଇଁ ନିବେଦନ କରିଥିଲେ ଆନ୍ଦୋଳନକାରୀ। ଏପଟେ କଳ୍ପନା ଛକରୁ ହିଁ ଆନ୍ଦୋଳନକାରୀଙ୍କୁ ଉଠାଇବାକୁ ପୋଲିସ ଯୋଜନା କରିଥିଲା। କିନ୍ତୁ ଏହାକୁ ଭଣ୍ଡୁର କରି ଆନ୍ଦୋଳନକରି ଲକ୍ଷ୍ମୀସାଗର ରୁଟରେ ଯାଇଥିଲେ। ମାତ୍ର ବାଟରେ ହିଁ ପୋଲିସ ସମସ୍ତଙ୍କୁ ଉଠାଇଥିଲା। ସେପଟେ ନବନିର୍ମାଣ କୃଷକ ସଙ୍ଗଠନ ନବୀନ ନିବାସ ଘେରାଓ ଉଦ୍ୟମ ସମୟରେ ସଙ୍ଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ଉଠାଇନେଲା ପୋଲିସ।
ରୁଚିକାଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ। କଂଗ୍ରେସ ସହ ଅନ୍ୟ କିଛି ସଙ୍ଗଠନ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ଏହି ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଗାଡ଼ି ମୋଟର, ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନବଜାର ବନ୍ଦ ରଖିବାକୁ ନିବେଦନ କରିଥିଲେ ଆନ୍ଦୋଳନକାରୀ।
ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ସାରା ଓଡିଶାରୁ ସ୍ବର ଉଠୁଥିବା ବେଳେ ଏପଟେ ଏବେବି ପୋଲିସର ହାତ ଖାଲି। ଏବେବି ନ୍ୟାୟ ଅପେକ୍ଷାରେ ରୁଚିକାଙ୍କ ପରିବାର।