ବରଗଡ଼: ଆଗାମୀ ୨୫ ତାରିଖ ମଧ୍ୟରେ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା । ମହୋତ୍ସବରେ କଂସ ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ । ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଥିବା ବରଗଡ଼ ଧନୁଯାତ୍ରା ପାଇଁ କଂସ ସମେତ ମହାମନ୍ତ୍ରୀ ଓ ପାର୍ଶ୍ୱ କଳାକାରଙ୍କୁ ମଧ୍ୟ ଚୟନ କରାଯିବା ଲାଗି ଧନୁଯାତ୍ରା ମହୋତ୍ସବ ସମିତିର ଚୟନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଧନୁଯାତ୍ରାରେ ଅଭିନୟ ପାଇଁ କଳାକାର ମାନେ ଅକ୍ଟୋବର ୧୬ ତାରିଖ ସୁଦ୍ଧା ବିଦ୍ଧିବଦ୍ଧ ଭାବେ ଆବେଦନ କରିପାରିବେ । ତେବେ ପୂର୍ବରୁ ଅତି କମରେ ତିନି ବର୍ଷ ପାଇଁ ଜଣେ କଂସ ଭୂମିକାରେ ଅଭିନୟ କରିବା ଲାଗି ନିୟମ କରାଯାଇଥିବା ବେଳେ ୨ ବର୍ଷ ପରେ ପୁନର୍ବାର କଳାକାର ଚୟନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ। ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ। ASI କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ତେବେ ଏହାକୁ ସରକାର ସମୟ ଗଡାଇବାର ନୂଆ ଚାଲ୍ ବୋଲି ବୁଦ୍ଧିଜୀବୀଙ୍କ ଅଭିଯୋଗ ।
ରତ୍ନଭଣ୍ଡାର ଅସୁରକ୍ଷିତ । ୨୦୧୮ ମସିହାରୁ ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ । ଏକଥା ସରକାର ବି ଜାଣିଛନ୍ତି । ଏହାସତ୍ତ୍ବେ ଲେଜର ସ୍କାନିଂର ଆବଶ୍ୟକତା ପଡିଲା କାହିଁକି ? । ହାଇକୋର୍ଟଙ୍କ ଚାପ ଯୋଗୁଁ ଏହା ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ନୁହେଁ ତ ? ଯଦି ରତ୍ନଭଣ୍ଡାର ମରାମତି ହୁଏ ତାହେଲେ ଗଣତିରେ ଅସୁବିଧା କେଉଁଠି ? ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବିବାହକୁ ନେଇ ସମସ୍ତେ ଏକ୍ସାଇଟେଡ ହୋଇଥାନ୍ତି। କି ଆମେ ଆମ ମ୍ୟାରେଜରେ ନିହାତି କିଛି ସ୍ପେଶାଲ କରିବୁ। ଆଜି ସେମିତି ଏକ ବିବାହ ବିଷୟରେ କହୁଛୁ ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯାହା ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ବିବାହ କରିଥିବା ଯୋଡିଙ୍କ ନାମ ହେଉଛି ମ୍ୟାଡେଲିନ୍ ବ୍ରକ୍ୱେ ଏବଂ ଯାଦବ ଲାଗ୍ରୋନ୍ । ଏମାନେ ଏତେ ଫେମସ ନୁହନ୍ତି କିନ୍ତୁ ଏହି ବିବାହ ପରେ ସେମାନେ ଏବେ ଚର୍ଚ୍ଚାରେ। ସେମାନେ ତାଙ୍କ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। କିନ୍ତୁ ଏହା ସତ।
ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା। ମ୍ୟାଡେଲିନ୍ ଏବଂ ଯାଦବଙ୍କୁ କିଛି ଦିନ ପୂର୍ବେ କେହି ଚିହ୍ନି ନ ଥିଲେ । କିନ୍ତୁ ସପ୍ତାହେ ତଳେ ସେମାନଙ୍କ ବିବାହ ସରିବା ପରେ ଦୁହେଁ ଇଣ୍ଟରନେଟ୍ରେ ବହୁଚର୍ଚ୍ଚିତ ଦମ୍ପତି ପାଲଟିଛନ୍ତି ।
୨୬ ବର୍ଷୀୟା କନ୍ୟା ମ୍ୟାଡେଲିନଙ୍କ ପରିବାର କାର୍ ବ୍ୟବସାୟ ସହ ସଂପୃକ୍ତ । ଏକମାତ୍ର ଉତ୍ତରାଧିକାରୀ ହୋଇଥିବାରୁ ସେ ପ୍ରଚୁର ସମ୍ପତ୍ତିର ମାଲିକାଣୀ ଅଟନ୍ତି। ପ୍ୟାରିସ୍ରେ ତାଙ୍କର ପାଞ୍ଚ ଦିନ ଧରି ଧୁମଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୧୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ସେଥିପାଇଁ ସେ ୫୯ ମିଲିୟନ୍ ଡଲାର ବା ପ୍ରାୟ ୪୯୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିବାହର ଅତିଥିମାନଙ୍କ ପାଇଁ ପ୍ୟାରିସ୍ରେ ପ୍ରାଇଭେଟ୍ ଜେଟ୍, ପ୍ୟାରିସ୍ ଅପେରା ହାଉସ୍ରେ ରିହର୍ସାଲ୍ ଡିନର, ଭର୍ସାଇ ରାଜପ୍ରାସାଦରେ ବିଭିନ୍ନ ଉତ୍ସବ, ଲୋକପ୍ରିୟ ବ୍ୟାଣ୍ଡ୍ ‘ମରୁନ୍ ୫’ର ସଂଗୀତ ପରିବେଷଣ ଏହି ଖର୍ଚ୍ଚରେ ଅନ୍ତର୍ଭୁକ୍ତ । ଫୁଲରେ ସାଜସଜ୍ଜା ପାଇଁ ମଧ୍ୟ ପ୍ରଚୁର ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ବିବାହରେ । ତେବେ ଏହି ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ : ବିବାହ ଦିନକୁ ମଣିଷ ଜୀବନର ଏକ ବିଶେଷ ଦିନ ବୋଲି କୁହାଯାଏ। ଏହି ଦିନକୁ ସମସ୍ତେ ଚାହିଁଥାନ୍ତି ସ୍ବତନ୍ତ୍ର କରିବାପାଇଁ। ସେଥିପାଇଁ ସେ ଏହି ଦିନ ସବୁଠାରୁ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ସେ ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତେ ଚାହାଁନ୍ତି କି ସମସ୍ତଙ୍କ ଆଖି ଯେପରି ସେମାନଙ୍କ ଉପରେ ରହୁ। ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ସୁନ୍ଦର ପୋଷାକ, ମେକ୍ ଅପ୍ , ଅଳଙ୍କାର ଇତ୍ୟାଦିରେ ସଜେଇ ହୋଇଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜଣେ ବର ୫୦୦ ଟଙ୍କିଆ ନୋଟର ଏକ ମାଳ ପିନ୍ଧିଛନ୍ତି।
ଅନେକ ସ୍ଥାନରେ ବିବାହ ସମୟରେ ବରର ବେକରେ ଟଙ୍କାର ମାଳ ପିନ୍ଧିବାର ପରମ୍ପରା ରହିଆସିଛି। କିନ୍ତୁ ଏହି ମାଳ ପ୍ରାୟତଃ ନକଲି ନୋଟରେ ତିଆରି ହୋଇଥାଏ। କିନ୍ତୁ ଯାହାପାଖେ ପ୍ରଚୁର ଟଙ୍କା ଥାଏ ସେ ଦଶ ହଜାର, କୋଡ଼ିଏ ହଜାର, କିମ୍ବା ପଚାଶ ହଜାର ଟଙ୍କିଆ ନୋଟ୍ ପର୍ଯ୍ୟନ୍ତ ମାଳ ପିନ୍ଧିଥାନ୍ତି। କିନ୍ତୁ ଏହି ଭିଡିଓରେ ଦେଖାଯାଇଛି ବର ଜଣକ ୨୦ ଲକ୍ଷ ଟଙ୍କାର ଏକ ମାଳ ପିନ୍ଧିଛନ୍ତି। ସେ ପାଖରେ ଥିବା କିଛି ସାଙ୍ଗ ଏବଂ ପିଲାମାନଙ୍କ ସହିତ ଟେରାସରେ ଠିଆ ହୋଇଛନ୍ତି। ସେ ଏତେ ଲମ୍ବାର ଟଙ୍କା ମାଳ ପିନ୍ଧିଛନ୍ତି ଯେ ସେହି ମାଳ ତଳେ ପଡିଲା ପରେ ବି ଶେଷ ହେଉନାହିଁ | ଲୋକମାନେ ଏହାକୁ ଦେଖି ବହୁତ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି।
ଏହି ଭିଡିଓ ଇନଷ୍ଟାଗ୍ରାମରେ dilshadkhan_kureshipur ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି ଏବଂ ଏହାକୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ପସନ୍ଦ କରି ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ଯେଉଁଠାରେ ସେହି ବର ଜଣକ ଠିଆ ହୋଇଛନ୍ତି ତାହା ହେଉଛି ଏକ ଭଙ୍ଗା ଘର। ସେଥିପାଇଁ ଜଣେ ଲୋକ ଏହି ଫଟୋରେ କମେଣ୍ଟ ଦେଇ କହିଛନ୍ତି ଯେ ଭାଇ, ତୁମେ ପ୍ରଥମେ ଏହି ଟଙ୍କାରେଏକ ଘର ନିର୍ମାଣ କରିବା ଉଚିତ୍। ଏବଂ ଆଉଜଣେ ଲେଖିଛନ୍ତି ଯେ ଏହି ଟଙ୍କାରେ ଘରର କାନ୍ଥ ପ୍ଲାଷ୍ଟର କରାଅ | ସେହିଭଳି ଅନେକ ଲୋକ ଏହାକୁ ନକଲି ବୋଲି ମଧ୍ୟ କହୁଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର...