ବାରିପଦା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇ୧୧ଟି ଜନହିତକର ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ବାରିପଦା ଛଉପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୦ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଟଙ୍କା ଲେଖାଏଁ ସିଡ୍ ମନି ସହାୟତା ପ୍ରଦାନ କରିଛନ୍ତି । ସେହିପରି ୨୬ଟି ବ୍ଲକ୍ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତିିି । ଏତଦ୍ବ୍ୟତୀତ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯୪୧୮ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ସହିତ ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘ ଗୁଡ଼ିକୁ ମୋଟ୍ ୪୯କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତିି।
ମୁଖ୍ୟମନ୍ତ୍ରୀ ବାରିପଦା ମହିଳା ଓ ଏମପିସି ଜୁନିୟର କଲେଜର ୩୦୦ ସିଟ ବିଶିଷ୍ଟ ଛାତ୍ରୀ ନିବାସ, ତକତପୁରସ୍ଥିତ ଏମପିସି ସ୍ୱୟଂଶାସିତ କଲେଜର ୪୦୦ସିଟ ବିଶିଷ୍ଟ ଛାତ୍ରୀନିବାସ ଉଦଘାଟନ କରିଛନ୍ତି । ସେହିପରି ଉଦଳା ବ୍ଲକ୍ରେ ଚମ୍ପାନଦୀ ଓ ସୋନ ନଦୀ ଉପରେ ନିର୍ମିତ ସେତୁ ଉଦ୍ଘାଟନ , ଉଦଳା ଉପଖଣ୍ଡ ଡାକ୍ତରଖାନାର ନୂତନ ନିର୍ମିତ ମାତୃଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବାରିପଦା ସହରକୁ ବନ୍ୟାରୁ ମୁକ୍ତି ଦେବା ପାଇଁ ରିଂରୋଡ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।