
ବ୍ରହ୍ମପୁର: ବ୍ରହ୍ମପୁରରେ କୋରୋନା ଆତଙ୍କ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ । ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ କରୋନା ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେମାନଙ୍କୁ କୋରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ସେମାନେ ଦୁବାଇରୁ ବିଶାଖାପାଟଣା ଏୟାରପୋର୍ଟରେ ପହଂଚିବା ପରେ ଗାଁକୁ ଆସିଥିଲେ । ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ନେଇ ଦୁବାଇ ମେଡିକାଲ ପକ୍ଷରୁ କୁହାଯାଇଥିଲା । କରୋନା ହୋଇଥିବା ସନ୍ଦେହ କରି ତାଙ୍କୁ ଅଧିକ ଯାଞ୍ଚ କରିବା ପାଇଁ ରଖାଯାଇଥିବା କୁହାଯାଇଛି ।
ତେବେ ଏହା ପୂର୍ବରୁ ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳରେ ଜଣେ ଯୁବକଙ୍କୁ କୋରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉକ୍ତ ଯୁବକ ଜଣକ ମଧ୍ୟ ବାହାର ରାଜ୍ୟରୁ ଫେରିଛନ୍ତି । ସେ ତାମିଲନାଡ଼ୁରେ ଶ୍ରମିକ ଭାବେ କାମ କରୁଥିଲେ । ଉକ୍ତ ଯୁବକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ସେ କୋରୋନା ଆକ୍ରାନ୍ତ ହୋଇନଥିବା ସୂଚନା ମିଳିଛି ।
