ବ୍ରହ୍ମପୁର: ଅଦରକାରୀ ବସ୍ତୁରୁ କଳାକୃତି । ଆଖି ଝଲସିଲା ପରି ତିଆରି ହୋଇଛି ବଡ ବଡ କଳାକୃତି । ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରମାନେ ବର୍ଜ୍ୟବସ୍ତୁରୁରୁ ଛୋଟବଡ ପ୍ରାୟ 15ଟି କଳାକୃତି ତିଆରି କରିଛନ୍ତି । ବର୍ଯ୍ୟବସ୍ତୁରୁ ତିଆରି ହୋଇଛି ଜିରାଫ, ରଙ୍ଗୀନ ଝିଟିପିଟି, ମାଛ, ଗୀଟାର, ହେଲିକ୍ୟାପ୍ଟର ଠାରୁ ଆରମ୍ଭ କରି ଚମରି ଗାଈ, ଘୋଡ଼ା ହରିଣ ଏବଂ ପେଡିଏଟର ଭଳି କଳାକୃତି । ଏସବୁ କଳାକୃତି ବର୍ଜ୍ୟବସ୍ତୁରୁ ହିଁ ତିଆରି ହୋଇଛି । ଆଉ ଏହାକୁ ତିଆରି କରିଛନ୍ତି ଉକ୍ତ ଆଟିଆଇ କଲେଜର ପିଲାମାନେ ।
ନିକଟରେ ଛାତ୍ରଛାତ୍ରୀମାନେ 32 ଫୁଟର ଜିରାଫ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ସେହିପରି ଛାତ୍ରଛାତ୍ରୀଙ୍କ 72 ଫୁଟର ଗିଟାର ଏସିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି । ଆଖି ଝଳସିଲା ଭଳି ଏହି କଳାକୃତିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ଜିରାଫ୍ ଓ ଗିଟାର ବ୍ୟତୀତ ଛାତ୍ରଛାତ୍ରୀମାନେ ମାଛ, ହରିଣ, ସ୍ପାଇଡରମ୍ୟାନ ଭଳି କଳାକୃତି ପ୍ରସ୍ତୁତ ମଧ୍ୟ କରି ସାରିଛନ୍ତି । ଏଥିପାଇଁ ଅଦରକାରୀ ଗାଡିମୋଟର ଯନ୍ତ୍ରାଂଶ ଓ ଭଙ୍ଗା ଘରୁ ମିଳିଥିବା ସାମଗ୍ରୀ ବ୍ୟବହାର କରୁଛନ୍ତି ।
