
ପୁରୀ: ଗରିବ ଓ ନିରିହ ଲୋକଙ୍କ ପାଇଁଁ ମାଗଣାରେ ଚିକିତ୍ସା ଯୋଗାଇଦେବାପାଇଁ ସରକାର କରିଛନ୍ତି ଅନେକ ଯୋଜନା। କିନ୍ତୁ ସବୁଯୋଜନା ଯେମିତି ଭ୍ରମରବର ବେହେରାଙ୍କ ପାଇଁଁ ପାଲଟିଛି ସାତସପନ । ପାଖରେ ଅଜି ବିଜୁ କୃଷକ କଲ୍ୟାଣର କାର୍ଡ । କିନ୍ତୁ କିଛି ବି କାମରେ ଲାଗୁନି । ଏପରିକି ୬୭ ବୟସରେ ମଧ୍ୟ ଖଣ୍ଡେ ବାଧକ୍ୟ ଭତାଟିଏ ମିଳିନାହିଁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ହୁବାସାହିସାସନ ଗ୍ରାମରେ ।

ପାଖରେ ଅଛି ବିଜୁ କୃଷକ କଲ୍ୟାଣ କାର୍ଡ । କିନ୍ତୁ ଚିକିତ୍ସାରୁ ବଞ୍ଚିତ ଭ୍ରମରବର ବେହେରା। ପରିବାର କହିଲେ ଦୁଇ ଝିଅ ଓ ସ୍ତ୍ରୀ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ହୁବାସାହିସାସନ ଗ୍ରାମର ଭ୍ରମରବର ବେହେରା ଦୀର୍ଘ ୩ ବର୍ଷଧରି ହାଟ୍ ଓ ବ୍ରେନ ହାମର ରୋଗରେ ପଡିରହିଛନ୍ତି । ଚିକିତ୍ସା ପାଇଁଁ ଜମି ବନ୍ଧାପକାଇ ପୁରୀ ଠାରୁ କଟକ ପର୍ଯ୍ୟନ୍ତ ଅନେକ ଡାକ୍ତରଖାନା ବୁଲି ବୁଲି ଖର୍ଚାନ୍ତ ହେଲେଣି। କୌଣସି ସୁଫଳ ମଧ୍ୟ ମିଳୁନାହିଁ। ଏବେ କିନ୍ତୁ ଚିକିତ୍ସାପାଇଁ ଅର୍ଥସାଜିଛି ବାଧକ।

ଏପରିକି ଭ୍ରମରବର ବେହେରାଙ୍କୁ ୬୭ ବର୍ଷ ହୋଇଥଲେ ମଧ୍ୟ ଭତାଖଣ୍ଡେ ନାହିଁ। ଦୁଇ ଝିଅ ବାହାରକୁ ଯାଇ ଯାହା କିଛି ରୋଜଗାର କରୁଛନ୍ତି ସେଥିରେ ପରିବାର ପୋଷିହେବା ସମ୍ଭବପର ନୁହଁ। ଅର୍ଥ ଅନାଟନ ଯୋଗୁଁ ରୋଗରେ ପଡି ଯନ୍ତ୍ରଣା ଭୋଗୁଛନ୍ତି ଭ୍ରମର। ସେପଟେ ମାଗଣାରେ ଚିକିତ୍ସା କରିବା ପାଇଁଁ ସରକାର ମାଳମାଳ ଯୋଜନା କରିଛନ୍ତି । କିନ୍ତୁ ସରକାରଙ୍କ ଯୋଜନା ଭ୍ରମରଙ୍କ ପାଇଁଁ ପାଲଟିଛି ସାତସପନ। ଚିକିତ୍ସା ପାଇଁଁ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ପରିବାର।
