NVS-୦୧ର ସଫଳ ଉତ୍କ୍ଷେପଣ
ସହିଦନଗର ଥାନାରେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣା, ୬ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଥାନାରେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ । ୧୫ରୁ ୨୦ଜଣ ଦୁର୍ବୃତ୍ତ ଥାନା ଭିତରେ ପ୍ରବେଶ କରି ଆଇଆଇସି ଓ ଡିସିଓଙ୍କ ସମେତ 4ଜଣ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଡିସିଓ ଗୁରୁତର ଆହତ ହୋଇଥିଲେ । କେବଳ ଏତିକି ନୁହେଁ ଦୁର୍ବୃତ୍ତମାନେ ଥାନାରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ ।
ସେପଟେ ଏହି ଘଟଣାରେ ପୋଲିସ 6ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୋଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି, ଏବଂ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Download Argus News App
