ଭୁବନେଶ୍ୱର: ରାଜଧାନୀରେ ପୁଣି ସକ୍ରିୟ ସେକ୍ସ ରାକେଟ୍ । ଲିଙ୍ଗରାଜ ଥାନା ଅଞ୍ଚଳରେ ଏକ ସେକ୍ସ ରାକେଟ୍କୁ ଠାବ କରିଛି ପୋଲିସ । ଏହି ଘଟଣାରେ 4 ଜଣ ବାଂଲାଦେଶୀ ଯୁବତୀଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଲିଙ୍ଗରାଜ ଥାନା ଅନ୍ତର୍ଗତ ଏକ କୋଠାଘରେ ଚାଲିଥିଲା ସେକ୍ସ ରାକେଟ୍ । ବହୁ ଦିନ ଧରି ଏହି ରାକେଟ୍ ଚାଲିଥିବା ବେଳେ ପୋଲିସ ଏହାର ଟେର୍ ପାଇନଥିଲା ।
ତେବେ ଦେହ ବ୍ୟବସାୟର ଦୁଇ ମାଷ୍ଟର ମାଇଣ୍ଡ ବାଂଲାଦେଶୀ ଦିଦି ଓ ତା’ ସ୍ୱାମୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଏହାସହ ଘଟଣାରେ ସଂପୃକ୍ତ 4 ଜଣ ବାଂଲାଦେଶୀ ଯୁବତୀ ମଧ୍ୟ ଧରାପଡିଛନ୍ତି । ଦୀର୍ଘ ଦିନ ହେଲା ବାଂଲାଦେଶୀ ଦିଦି ନିଜ ସ୍ୱାମୀ ସହ ଭୁବନେଶ୍ୱରରେ ଚଳାଇଥିଲା ସେକ୍ସ କାରବାର । ନକଲି ଆଧାରକାର୍ଡ ବଳରେ ବାଂଲାଦେଶରୁ ଯୁବତୀଙ୍କୁ ଆଣି ଏମାନେ ଦେହ ବ୍ୟବସାୟରେ ଲଗାଉଥିଲେ । ଆଜି କୌଣସି ସୂତ୍ରରୁ ଖବର ପାଇ ଚଢାଉ କରି କିଙ୍ଗପିନ୍ ଦିଦିକୁ କାବୁ କରିଛି ପୋଲିସ । ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ କ୍ରାଇମବ୍ରାଞ୍ଚ ଅଧିକ ଛାନଭିନ୍ ଚଳାଇଛି ।
