ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି ବିଏମ୍ସି । ଗଠନ କରିଛି 3ଟି ସ୍ୱତନ୍ତ୍ର ଟିମ୍ । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ବିଏମ୍ସି ପକ୍ଷରୁ ଏହି ଟିମ୍ ଗଠନ କରାଯାଇଛି । ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି । ସେହି ଟିମ୍ରେ 3ଜଣ ଆଡ଼ିସିନାଲ୍ କମିଶନର, 2ଜଣ ଏନ୍ଫୋର୍ସମେଣ୍ଟ ଅଧିକାରୀ ମଧ୍ୟ ରହିଛନ୍ତି । ଏହି ଟିମ୍ ସହରର ସ୍ୱଚ୍ଛତା ଉପର ନଜର ରଖିବେ । ସକାଳୁ ଦୁଇ ଘଣ୍ଟା ଲେଖାଏଁ ବୁଲି ସେମାନେ ସ୍ୱଚ୍ଛତାର ତଦାରଖ କରିବେ । ଖାଲି ସେତିକି ନୁହେଁ ମାସ୍କ ଏବଂ ସାନିଟାଇଜର୍ କଲବଜାରୀଙ୍କୁ ମଧ୍ୟ ତଦାରଖ କରିବ ଏହି ଟିମ୍ । ଦୁଇ ଜଣ ବିଏମ୍ସି ଅଧିକାରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।
କୌଣସି ବିବାହ, ବ୍ରତ କିମ୍ବା ରିସେପ୍ସନ୍ ପାର୍ଟିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ । କିନ୍ତୁ ଲୋକେ ସଚେତନ ହୋଇ ପର୍ଟିକୁ ଯାଆନ୍ତୁ । ଥଣ୍ଡା, ଜ୍ୱର କିମ୍ବା କାଶ ହେଉଥିଲେ ପାର୍ଟିକୁ ଯାଆନ୍ତୁ ନାହିଁ ବୋଲି ବିଏମ୍ସି ପକ୍ଷରୁ ପରାମର୍ଶ ଦିଆଯାଇଛି । କୋକରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍ସି ଓ ବିଡିଏ ଅଫିସରେ ପାନ ଛେପ ପକାଇଲେ 500 ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ମଧ୍ୟ କହିଛନ୍ତି ବିଏମ୍ସି କମିଶନର ।
